ସବୁ ଭାରତୀୟ ମିଳିମିଶି ନୂଆ ଭାରତ ନିର୍ମାଣ ପାଇଁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ଏକତା ସୂତ୍ରରେ ନୂଆ ଭାରତ ନିର୍ମାଣର ସଂକଳ୍ପ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ମାଟିରେ କଟୁତା ଓ ନକରାତ୍ମକର ସ୍ଥାନ ନାହିଁ । ଭାରତର ବିବିଧତା ମଧ୍ୟରେ ଏକତାର ମହାନ୍ ପରମ୍ପରା ଆଜି ପୁଣି ଥରେ ଦୁନିଆ ଦେଖିଛି । ଭାରତୀୟ ସମ୍ବିଧାନ, ନ୍ୟାୟପାଳିକାର ଦୃଢ଼ ବିଶ୍ୱାସନୀୟତା ଆମକୁ ଆଗକୁ ବଢ଼ିବାର ବାଟ ଦେଇଛି । ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଫଇସଲା ପରେ ରାଷ୍ଟ୍ର ନିର୍ମାଣର ଦାୟିତ୍ୱ ବଢ଼ିଯାଇଛି । ସବୁ ଭାରତୀୟ ମିଳିମିଶି ନୂଆ ଭାରତ ନିର୍ମାଣ ପାଇଁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ଆଜି ସଂଧ୍ୟାରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ୧୦ ମିନିଟ୍ ର ଅଭିଭାଷଣ ବେଶ ଭାବପୂର୍ଣ୍ଣ ଥିଲା । ପ୍ରଧାନମନ୍ତ୍ରୀ କହିଥିଲେ, ବିବିଧତା ମଧ୍ୟରେ ଆମର ଏକତାକୁ ନେଇ ଗର୍ବ ଆସୁଛି । ଅଯୋଧ୍ୟା ଫଇସଲା ସହ ଆମେ ଭାରତୀୟ ନୂଆ ଇତିହାସ ରଚିଛନ୍ତି । ନ୍ୟାୟପାଳିକା ଇତିହାସରେ ଏହା ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛି ।
ଆଜିର ଫଇସଲା ଏକ ନୂଆ ସକାଳ ଆଣି ସମସ୍ତଙ୍କୁ ଏକାଠି ରହିବା, ଏକାଠି ଜୀଇଁବା ଶିଖାଉଛି । ଅଯୋଧ୍ୟା ଫଇସଲା ଆମକୁ ଏକା ସାଙ୍ଗରେ ବଢ଼ିବାକୁ ସନେ୍ଦଶ ଦେଉଛି । ଆଜି ଯୋଡି ହେବାର ସମୟ । ମିଶିକି ବଞ୍ଚିବାର ସମୟ । କାହା ମନରେ କିଛି ବିଦ୍ୱେଷ ଥିଲେ ତାହାକୁ ଜଳାଞ୍ଜଳି ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।ଜଣେ ନାଗରିକ ଭାବେ ଦେଶର ନିୟମ, କାନୁନକୁ ଆମେ ସମ୍ମାନ ଦେବା । ସମସ୍ତଙ୍କୁ ସାଙ୍ଗରେ ନେଇ ସମସ୍ତଙ୍କ ବିକାଶ କରି ସମସ୍ତଙ୍କ ବିଶ୍ୱାସ ଜିତିବା । ଆମର ଶାନ୍ତି, ସୌହାର୍ଦ୍ଦ୍ୟ, ଏକତା ଦେଶର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ।
Spread the love