ତିନି ନୂଆ ପଜିଟିଭ କୋଲକାତା ଫେରନ୍ତା

ଆଜି ଚିହ୍ନଟ ହୋଇଥିବା ତିନି ନୂଆ ପଜିଟିଭଙ୍କ ବାବଦରେ ତଥ୍ୟ ଆସିଛି । ଏହି ତିନିଜଣ ପଜିଟିଭ ମଧ୍ୟ କୋଲକାତା ଫେରନ୍ତା ବୋଲି ଜଣାପଡିଛି । ତିନି ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଓ ଜଣେ ଯୁବତୀ ଥିବାର ଜଣାପଡିଛି । ତିନି ଜଣ ପଜିଟିଭ ଝାରସୁଗୁଡା ,ଦେବଗଡ ଓ କେନ୍ଦୁଝରର ବୋଲି ଜଣାପଡିଛି । କେନ୍ଦୁଝରରୁ ପାଞ୍ଚପଲ୍ଲୀରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ବୟସ ୬୦ ବର୍ଷ ହୋଇଥିବାବେଳେ ସେ ଜଣେ ପୁରୁଷ ବୋଲି ଜଣାପଡିଛି ।

ସେହିପରି ଦେବଗଡ଼ର ଵାସୁଦେବପୁରରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ପୁରୁଷ ହୋଇଥିବାବେଳେ ତାଙ୍କ ବୟସ ୩୪ ବର୍ଷ ହୋଇଥିବାବେଳେ ଝାରସୁଗୁଡା ବ୍ରଜରାଜନଗରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଜଣେ ୧୮ ବର୍ଷୀୟ ଯୁବତୀ ବୋଲି ଜଣାପଡିଛି ।ତେବେ ଏହି ତିନିଜଣ କ୍ଵାରାଣ୍ଟିନରେ ଥିବାବେଳେ କାହା ପାଖରେ ଲକ୍ଷଣ ନଥିଲା ।

Spread the love