ସିଙ୍ଗାପୁରର ନୂଆ ରାଷ୍ଟ୍ରପତି ଭାବେ ଶପଥ ନେଲେ ମୂଳ ଭାରତୀୟ ଥର୍ମନ ସନମୁଗରତ୍ନମ
ନୂଆଦିଲ୍ଲୀ: ସିଙ୍ଗାପୁରର ନୂତନ ରାଷ୍ଟ୍ରପତି ଭାବରେ ଆଜି ମୂଳ ଭାରତୀୟ ଥର୍ମନ ସନମୁଗରତ୍ନମ ଶପଥ ନେଇଛନ୍ତି | ସେ ସିଙ୍ଗାପୁରର ୯ମ ରାଷ୍ଟ୍ରପତି ହୋଇଛନ୍ତି। ସୂଚନାଯୋଗ୍ୟ ଯେ ରାଷ୍ଟ୍ରପତି ହଲିମା ୟାକୋବଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୩ରେ ଶେଷ ହୋଇଥିଲା। ଏଭଳି ପରିସ୍ଥିତିରେ ଥର୍ମନ ସନମୁଗରତ୍ନମ ଗୁରୁବାର ରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି | ଏହାପୂର୍ବରୁ, ୬୬ ବର୍ଷୀୟ ଥର୍ମନ ସନମୁଗରତ୍ନମ ସିଙ୍ଗାପୁର ରାଷ୍ଟ୍ରପତି ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିଲେ । ସେ ଚୀନ୍ର କୋକ ସାଙ୍ଗ ଏବଂ ଟାନ୍ କିନ୍ ଲିଆନଙ୍କୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଥିଲେ। କୋକ ୧୫.୨ ପ୍ରତିଶତ ଭୋଟ୍ ଏବଂ ଟାନ୍ ୧୩.୮୮ ପ୍ରତିଶତ ଭୋଟ୍ ପାଇଛନ୍ତି | ଏଥି ସହିତ, ସନମୁଗରତ୍ନମ ୭୦.୪ ପ୍ରତିଶତ ଅର୍ଥାତ୍ ୧୭ ଲକ୍ଷ ୪୬ ହଜାର ୪୨୭ ଭୋଟ୍ ପାଇଥିଲେ ।