ଧବଳେଶ୍ୱର ପୀଠରେ ୧୪୪ ଧାରା: ଏବର୍ଷ ଯାତ୍ରା ବନ୍ଦ୍

କଟକ ୦୧/୧୧: ଆଠଗଡ ପୀଠରେ ଜାରି ହୋଇଛି ୧୪୪ ଧାରା । ଏହାକୁ ଦୃଷ୍ଟିରେ ରଖି ଏବର୍ଷ ଧବଳେଶ୍ୱର ଯାତ୍ରା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ଧବଳେଶ୍ୱର ପୀଠକୁ କୌଣସି ଶ୍ରଦ୍ଧାଳୁଙ୍କୁ ଯିବାକୁ ଅନୁମତି ଦିଆଯିବନି । ଆଗକୁ ପଞ୍ଚୁକ ଓ ବଡ ଓଷା ଥିବାରୁ ଏମିତି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସ୍ପଷ୍ଟ କରିଛନ୍ତି କଟକ ଦାୟିତ୍ୱରେ ଥିବା ଖୋର୍ଦ୍ଧା ଏସ୍ପି ସିଦ୍ଧାର୍ଥ କାଟାରିଆ ।

ସୂଚନା ଥାଉକି ମଙ୍ଗଳବାର ଧବଳେଶ୍ୱର ପୀଠରେ ଜାରି ହୋଇଥିଲା ୧୪୪ ଧାରା । ଝୁଲାପୋଲ ମରାମତି ପାଇଁ ଜାରି ହୋଇଥିଲା ୧୪୪ ଧାରା । ଡଙ୍ଗା ଯୋଗେ ଶ୍ରଦ୍ଧାଳୁଙ୍କୁ ପାରି କରାଇବା ସମ୍ଭବ ନଥିବାରୁ ଜାରି ହୋଇଥିଲା କଟକଣା । ଗୁଜରାଟ ମୋର୍ବିରେ ଝୁଲା ପୋଲ ଟ୍ରାଜେଡି ପରେ ପ୍ରଶାସନ ତପ୍ତର ହୋଇ ଉଠିଥିଲା । ଏହାସହ ସକାଳେ ଝୁଲାପୋଲରେ ଯାତ୍ରୀ କଟକଣା ଜାରି କରାଯାଇଥିଲା । ତେବେ ବିଶେଷଜ୍ଞ ଟିମ୍ ଅନୁଧ୍ୟାନ ପରେ ମରାମତି ପାଇଁ ନିଷ୍ପତ୍ତି ନେଇଥିଲା ପ୍ରଶାସନ।

Spread the love