ଅଣ୍ଟା ବିନ୍ଧା ପାଇଁ ପାରାସେଟାମଲ ନେଉଥିଲେ ସାବଧାନ !
ସାଧାରଣରୁ ଅତ୍ୟଧିକ ଅଣ୍ଟା ବିନ୍ଧା ପାଇଁ ପାରାସେଟାମଲ ମେଡିସିନ ଗ୍ରହଣ କରିବା ସାମୟିକ ଆରାମ ଦେଇପାରେ, ହେଲେ ଏହାର ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେଇଥାଏ ବୋଲି ସଦ୍ୟ ଗବେଷଣାରୁ ଜଣାପଡିଛି । ତେବେ ଅଣ୍ଟା ବିନ୍ଧାରୁ ହଠାତ୍ ରକ୍ଷା ପାଇବା ପାଇଁ ପାରାସେଟାମଲ, ଆଇବୁପ୍ରୋଫେନ ଓ କୋଡେଇନ ନେବା ଘାତକ ହୋଇପାରେ ବୋଲି ଗବେଷକମାନେ ଚେତାବନୀ ଦେଇଛନ୍ତି ।