ଗୋଟିଏ ଦିନରେ କୋଟିଏ ଜରିମାନା

ଗତକାଲିଠୁ ସାରା ରାଜ୍ୟରେ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ବିରୋଧରେ ଜୋରଦାର ଚଢଉ ଆରମ୍ଭ ହୋଇଛି। ୨୪ ଘଣ୍ଟା ଭିତରେ ଟ୍ରାଫିକ ନିୟମ ଧରପଗଡ଼ରୁ ୧ କୋଟି ୬ ଲକ୍ଷ ଟଙ୍କା ଆଦାୟ ହୋଇଛି। ୩ ହଜାର ୮୭୦ ଲୋକଙ୍କଠାରୁ ଏହି ଫାଇନ ଆଦାୟ ହୋଇଛି। ଏହାବ୍ୟତୀତ ମଦ ପିଇ ଗାଡ଼ି ଚଳାଉଥିବା ଲୋକଙ୍କ ବିରୋଧରେ ପୁଲିସ୍‌ ସିଧାସଳଖ ମାମଲା ରୁଜୁ କରିଛି ବୋଲି ପରିବହନ ମନ୍ତ୍ରୀ ପଦ୍ମଲାଭ ବେହେରା ଆଜି ସୂଚନା ଦେଇଛନ୍ତି। ବାଇକ୍‌ରେ ୩ ଜଣ ବସିବା କାରଣରୁ ୧୨୬ ଜଣଙ୍କୁ ଜୋରିମାନା କରାଯାଇଥିବା ବେଳେ ମୋବାଇଲ୍‌ରେ କଥା ହେଉଯାଉଥିବା ୪୮ ଜଣ ବ୍ୟକ୍ତିଙ୍କୁ ଫାଇନ୍‌ କରାଯାଇଛି।

ସେହିପରି ବିପରୀତ ଦିଗରେ ଡ୍ରାଇଭ୍ କରୁଥିବା ୧୦ ଜଣଙ୍କୁ ଜୋରିମାନା କରାଯାଇଥିବା ବେଳେ ବିନା ହେଲମେଟରେ ୧୮୩୧ ଓ ମଦ ପିଇ ଡ୍ରାଇଭ୍ କରି ୨୪ ଜଣ ଧରାପଡ଼ିଛନ୍ତି। ବିନା ସିଟ୍ ବେଲ୍ଟରେ ୩୪୯ ଜଣଙ୍କୁ ଜୋରିମାନା କରାଯାଇଥିବା ବେଳେ ଦ୍ରୁତ ଗତିରେ ଡ୍ରାଇଭିଂ ପାଇଁ ୨୭୭ ଜଣଙ୍କର ଫାଇନ୍‌ କଟାଯାଇଛି। ମନ୍ତ୍ରୀ ଆହୁରି କହିଛନ୍ତି ଯେ, ୨୪ ଘଣ୍ଟା ଭିତରେ ମୋଟ୍ ୩୮୭୦ ଜଣ ଖିଲାପକାରୀଙ୍କୁ ଜୋରିମାନା କରାଯାଇଛି। RTO ଦ୍ୱାରା ୧୭୫୮ ଖିଲାପକାରୀଙ୍କଠାରୁ ୮୮ ଲକ୍ଷର ଜୋରିମାନା ଆଦାୟ କରାଯାଇଥିବା ବେଳେ ୨୧୧୨ ଖିଲାପକାରୀଙ୍କ ଠାରୁ ୧୮ ଲକ୍ଷ ଜୋରିମାନା ପୁଲିସ୍‌ ଆଦାୟ କରିଛି।

 

 

Spread the love