ଆଦିତ୍ୟ ଦାଶ ମୃତ୍ୟୁ ପଛରେ ସାଇକୋ ଲେଡି: ସନ୍ଦେହ କଲେ ପରିବାର ଲୋକେ

ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଟ୍ୱିଷ୍ଟ। ଜଣେ ସାଇକୋ ଲେଡିକୁ ନେଇ ସନ୍ଦେହ ବ୍ୟକ୍ତ କଲେ ଆଦିତ୍ୟଙ୍କ ବାପା। ଜଣେ ଯୁବତୀ ଆଦିତ୍ୟଙ୍କୁ ବାହାଘର ପୂର୍ବରୁ ବ୍ଲାକମେଲିଂ କରୁଥିଲେ। ଏକତରଫା ଭଲ ପାଉଥିଲେ। ବାହା ହେବାକୁ ବ୍ଲାକ ମେଲିଂ କରୁଥିଲେ। ଏ ଦିଗରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁ ନ ଥିବାରୁ ଆମେ CBI ତଦନ୍ତ ଚାହୁଁଛୁ ବୋଲି ଆଦିତ୍ୟଙ୍କ ବାପା କହିଛନ୍ତି। ଅନ୍ୟପଟେ ଏହି ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ  ଓ ପପୁ, ବିକାଶ, ଦୀପୁଙ୍କର ଲାଇ ଡିଟେକ୍ସନ୍‌ ଟେଷ୍ଟ ସରିଛି। ଭୁବନେଶ୍ୱର ଫରେନସିକ୍ ଲ୍ୟାବରେ ସେମାନଙ୍କର ଲାଇ ଡିଟେକ୍ସନ ଟେଷ୍ଟ ସରିଛି। ମାନବପ୍ରେମୀ ଜୁଲାଇ ୭ ତାରିଖରେ ଲିଙ୍ଗରାଜ ରେଳ ଧାରଣାରୁ ମିଳିଥିଲା। ଜିଆରପି ଏହାକୁ ଏକ ଆତ୍ମହତ୍ୟା କହିବାରୁ ବିବାଦ ଉପୁଜିଥିଲା। ତେବେ ଆଦିତ୍ୟଙ୍କ ପ୍ୟୁପଲ୍‌ ଫର୍‌‌ ସେବା ସଙ୍ଗଠନ ଓ ବନ୍ଧୁଙ୍କ ହତ୍ୟା ଅଭିଯୋଗ ଆଣିବା ପରେ ପୁଲିସ ହତ୍ୟା ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାତ୍ର ପୁଲିସ୍‌ କୌଣସି ନିଷ୍କର୍ସରେ ପହଞ୍ଚି ପାରିନଥିଲା।ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଘଟଣାର ତଦନ୍ତ କମିଶନରେଟ୍‌ ପୁଲିସ୍‌ ଦ୍ୱାରା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ। ଏହା ପରେ ଡିଜିପି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦେଇଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ ଭାର ହାତକୁ ନେବା ପରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ଆଦିତ୍ୟଙ୍କ ବାପା ଓ ମା’ଙ୍କ ସମେତ ବନ୍ଧୁମାନଙ୍କୁ ଜେରା କରିଥିଲା।

Spread the love