ଅଙ୍କ ଜ୍ୟୋତିଷ ଏକ୍ସପର୍ଟଙ୍କ ଠାରୁ ଜାଣନ୍ତୁ କେମିତି ରହିବ ଆପଣଙ୍କ ପାଇଁ ୨୦୨୨ ବର୍ଷ

ଜ୍ୟୋତିଷ ଶାସ୍ତ୍ର ପରି ଅଙ୍କ ଜ୍ୟୋତିଷ ମଧ୍ୟ ଜୀବନର ବହୁ ଲୁକାୟିତ କଥାକୁ ପରିପ୍ରକାଶକରିଥାଏ । ମନୁଷ୍ୟର ଭାଗ୍ୟ ଓ ଭବିଷ୍ୟତ ସମ୍ପର୍କରେ ବହୁତ କିଛି ଭବିଷ୍ୟବାଣୀ କରିଥାଏ ଏହି ଅଂକ ଜ୍ୟୋତିଷ । ଆଜି ଆସନ୍ତୁ ଜାଣିବା ଅଂକ ଜ୍ୟୋତିଷ ଅନୁଯାୟୀ, ନୂଆ ବର୍ଷ ୨୦୨୨ କାହାପାଇଁ କିପରି କଟିବ । ଯଦି ଆପଣ ଭାଗ୍ୟ ଅଂକ ଅନୁଯାୟୀ ଆପଣଙ୍କର ନୂଆ ବର୍ଷ କିପରି କଟିବ ଜାଣିବାକୁ ଚାହାଁନ୍ତି ତେବେ ଏମିତି ଜାଣନ୍ତୁ ଆପଣଙ୍କ ଭାଗ୍ୟ ଅଂକ କ’ଣ ।

କେମିତି ବାହାର କରିବେ ଭାଗ୍ୟାଙ୍କ-

ଉଦାହରଣ ସ୍ୱରୁପ ଯଦି ଆପଣଙ୍କ ଜନ୍ମ ତାରିଖ ୦୩-୦୫-୧୯୬୯ ହୋଇଥାଏ । ତେବେ ଆପଣଙ୍କ ଭାଗ୍ୟ ଅଂକ ହେଲା ସମସ୍ତ ସଂଖ୍ୟାର ମିଶ୍ରଣ ଅର୍ଥାତ- ୩+୫+୍‌୧+୯+୬+୯ = ୩୩ ଅର୍ଥାତ ଏହାକୁ ଗୋଟିଏ ଅଂକ କଲେ ହେବ ୩+୩ += ୬ । ଅର୍ଥାତ ଆପଣଙ୍କ ଭାଗ୍ୟାଙ୍କ ହେଉଛି ୬ ।

ଭାଗ୍ୟାଙ୍କ ୧ :

ଯଦି ଆପଣଙ୍କ ଜନ୍ମ ତିଥି ଅନୁସାରେ ଆପଣଙ୍କ ଭାଗ୍ୟାଙ୍କ ୧ , ତେବେ ଆପଣଙ୍କ ଅଂକର ସ୍ୱାମୀ ମଙ୍ଗଳ । ବର୍ଷ ୨୦୨୨ ରେ ଆପଣଙ୍କ ଲଭ ଲାଇଫ ବହୁତ ଭଲ ରହିବ । ପ୍ରିୟ ଲୋକଙ୍କ ସହ ଆନନ୍ଦରେ ସମୟ କଟିବ । ବିବାହଯୋଗ୍ୟଙ୍କ ପାଇଁ ବିବାହ ଅନୁକୂଳ । ହେଲେ ବେପାର କ୍ଷେତ୍ରରେ ଭଲ ନାହିଁ । ବିଜିନେସ ପାର୍ଟନର ଙ୍କ ସହ ମନ ମାଳିନ୍ୟ ହୋଇପାରେ । ଏ ବର୍ଷ ହଠାତ ଅସୁବିଧା ଆସିବ ଓ ପୁଣି ହଠାତ୍‌ ଚାଲିଯିବ ।

ଶୁଭ ଅଂକ – ୧୩, ଶୁଭ ରଂଗ – ହଳଦିଆ, ଶୁଭ ଦିନ – ଗୁରୁବାର

ଭାଗ୍ୟାଙ୍କ ୨ :

ଏହି ଅଂକର ଲୋକଙ୍କ ଭାବନା ୨୦୨୨ ରେ ଚରମ ସୀମାରେ ପହଞ୍ଚିବ । ଆପଣଙ୍କ ଜୀବନରେ ଏ ବର୍ଷ ସମସ୍ୟା ଆସିବ । ପାର୍ଟନର ସହ ବାଦ ବିବାଦ ମଧ୍ୟ ଘଟିପାରେ । ଚାକିରିଆଙ୍କ ପାଇଁ ଭଲରେ କଟିବ ଏବର୍ଷ । ବ୍ୟବସାୟୀଙ୍କ ପାଇଁ ଏବର୍ଷ ଅନୂକୁଳ ରହିବ ।

ଶୁଭ ଅଂକ –୨୧, ଶୁଭ ରଂଗ-ଗୋଲାପୀ, ଶୁଭ ଦିନ- ବୁଧବାର

Spread the love