ବିଶ୍ଵ ଭିନ୍ନକ୍ଷମ ଦିବସ ପାଳନ

ରାୟଗଡା : ରାୟଗଡା ବ୍ଲକ ଅନ୍ତର୍ଗତ ବାଇସିଂ ଗ୍ରାମ ପଞ୍ଚାୟତ ଠାରେ ବିଶ୍ଵ ଭିନ୍ନକ୍ଷମ ଦିବସ ପାଳନ ହୋଇଅଛି। ଏହି କାର୍ଯ୍ୟକ୍ରମ ଟି ପ୍ରୟାତ୍ନ ସଂସ୍ଥା, ଏସ.ବି.ଆଇ ଫାଉଣ୍ଡେସନ ର ମିଳିତ ସହଯୋଗ ଗ୍ରାମ ସେବା ପ୍ରକଳ୍ପ ଦ୍ଵାରା ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ ସେବା ପ୍ରକଳ୍ପ ଅଧିକାରି ଶ୍ରୀଯୁକ୍ତ କାହୁଁ ଚରଣ ମଲ୍ଲିକ ତତ୍ତ୍ଵ ବୋଧୋନ କରିଥିଲେ ଏବଂ ପ୍ରକଳ୍ପର ଅନ୍ୟ ସହ କର୍ମୀ ମାନେ ମଧ୍ୟ ଉପସ୍ଥିତ ରହିଥିଲେ। ଏବଂ କରୁବାଇ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ମାରିଆ ସୀରିକା, ଏବଂ ବାଇସିଂ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ବିନିମା ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏବଂ ଅଞ୍ଚଳରେ ଚିହ୍ନଟ ହୋଇଥିବା ବିଭିନ୍ନ ଶାରୀରିକ ଭିନ୍ନକ୍ଷମ ମାନେ ପରିବାର ବର୍ଗ ଙ୍କ ସହ ଯୋଗଦେଇଥିଲେ । ଏହି କାର୍ଯ୍ୟ କ୍ରମରେ ଅଞ୍ଚଳର ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ଗ୍ରାମ ସେବା ସମିତି ର ସଭାପତି ଶ୍ରୀମତୀ ଆଚିମି ତଡିଙ୍ଗି, ସମ୍ପାଦକ ଶ୍ରୀଯୁକ୍ତ ପ୍ରଦୀପ ତାଡିଙ୍ଗୀ ଯୋଗ ଦେଇଥିଲେ। ଉକ୍ତ ଦିବସ ପାଳନର ଉଦ୍ଦେଶ୍ୟ ରହିଥିଲା ଚିହ୍ନଟ ହୋଇଥିବା ଭିନ୍ନକ୍ଷମ ମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଠି କରିବା ସମାଜର ପ୍ରତ୍ୟେକ କ୍ଷେତ୍ରରେ ଡିବ୍ୟଙ୍ଗ ମାନଙ୍କର ଅଧିକାର ଏବଂ କଲ୍ୟାଣ ପ୍ରଚାର ସହ ରାଜନୈତିକ , ସାମାଜିକ, ଅର୍ଥନୈତିକ ଆର୍ଥିକ ଓ ସାଂସ୍କୃତିକ ଓ ଜୀବନର ସମସ୍ତ କ୍ଷେତ୍ରରେ ସମାନ ସହ ଭାଗିତା ତତ୍ର ସହ ସାମାଜିକ ନ୍ୟାୟ ପ୍ରଦାନ, ସାମାଜିକ ଅଗ୍ରଗତି ନିମନ୍ତେ ଦିବ୍ୟଙ୍ଗ – ସମବେଶୀ ସମାଜର ନିର୍ମାଣ ।

ସମାଜ ଓ ପରିବେଶ ମଧ୍ୟରେ ରହିଥିବା ବାଧା ବା ଭେଦ ଭାବ କୁ କମାଇ ସମାଜକୁ ବଢାଇବା। ସେମାନଙ୍କୁ ଦୈନନ୍ଦିନ ଜୀବନରେ ଚଳପ୍ରଚଳ ନିମନ୍ତେ ଟ୍ରାଇ ସାଇକେଲ୍ ବଣ୍ଟନ ର ବ୍ୟବସ୍ଥା ହୋଇଥିଲା । ଉପସ୍ଥିତ ସରପଞ୍ଚ ମାନେ ସେମାନଙ୍କ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଭିନ୍ନକ୍ଷମ ମାନଙ୍କୁ ଟ୍ରାଇ-ସାଇକେଲ୍ ପ୍ରଦାନ କରିଥିଲେ ।

Spread the love