କିଛି ନକହି ବି ଗର୍ଭବତୀ ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଲେ କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବଂ ଅଭିନେତା ଭିକି କୌଶଲଙ୍କ ପ୍ରେମ କାହାଣୀ ଖୁବ୍ ଲୋକପ୍ରିୟ। ଦୀର୍ଘ ଦିନ ଧରି ଡେଟିଂ କରିବା ପରେ ଦୁହେଁ ଶେଷରେ ୨୦୨୧ ମସିହାରେ ପରସ୍ପରଙ୍କୁ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ କ୍ୟାଟ୍ରିନା ମାଆ ହେବାକୁ ଯାଉଛନ୍ତି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ସେ ଗର୍ଭବତୀ ଅଛନ୍ତି ବୋଲି ତାଙ୍କର କିଛି ଫଟୋକୁ ଦେଖି ଅନୁମାନ କରାଯାଉଥିଲା। କ୍ୟାଟ୍ରିନା କିଛି ନ କହି ନୀରବତାର ସହ ଏହି ଗୁଜବକୁ ସମାପ୍ତ କରିଛନ୍ତି। ନିକଟରେ କ୍ୟାଟ୍ରିନା କୈଫ୍‌ଙ୍କୁ ମୁମ୍ବାଇରେ ଏକ ସବୁଜ ରଂଗର ପୋଷାକରେ ଦେଖିବାକୁ ମିଳିଥିଲା। ଏହି ପୋଷାକରେ କ୍ୟାଟ୍‌ଙ୍କ ପେଟ ଏକଦମ ପତଳା ଦିଶୁଛି। ଯାହାକୁ ଦେଖିବା ପରେ ତାଙ୍କ ଗର୍ଭବତୀ ଖବର ଉପରେ ପୂର୍ଣ୍ଣଛେଦ ପଡ଼ିଯାଇଛି। ଗତ କିଛି ଦିନ ହେବ ‘କ୍ୟାଟ୍ରିନା ଗର୍ଭବତୀ …’ ଭଳି କଥାବାର୍ତ୍ତା ସବୁଆଡେ ଚର୍ଚ୍ଚା ହେବାକୁ ଲାଗିଥିଲା। ଯେହେତୁ କ୍ୟାଟ୍ରିନା ଖାଲି ସାଲୱାର୍ ସୁଟ୍‌ରେ ନଜର ଆସୁଥିଲେ, ଲୋକମାନେ ଭାବି ନେଇଥିଲେ ଯେ ସେ ମାଆ ହେବାକୁ ଯାଉଛନ୍ତି।

କ୍ୟାଟ୍‌ ଏକ ଢିଲା ପୋଷାକ ପିନ୍ଧିଥିବାରୁ ପ୍ରଶଂସକମାନେ ସନ୍ଦେହ କରୁଥିଲେ ଯେ ସେ ଗର୍ଭବତୀ ଥାଇପାରନ୍ତି। କ୍ୟାଟ୍ରିନା କୈଫ୍‌ଙ୍କୁ ନିକଟ ଅତୀତରେ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ‌ସେ ଏକ ଢିଲା କୁର୍ତ୍ତା ଓ ପ୍ଲାଜେ‌ା ସହ କମଳା ରଂଗର ଓଢ଼ଣୀ ପରିଧାନ କରିଥିଲେ। କ୍ୟାଟ୍‌ ଏହି ଢିଲା କୁର୍ତ୍ତା ପିନ୍ଧି ଯାଉଥିବା ବେଳର ଫଟୋ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସେ ଗର୍ଭବତୀ ଅଛନ୍ତି ବୋଲି ଏପରି ପୋଷାକ ପିନ୍ଧିଥିବା ପ୍ରଶଂସକମାନେ ଅନୁମାନ ଲଗାଇଥିଲେ। ହେଲେ ଏବେ ତାହା ମିଥ୍ୟା ପ୍ରମାଣିତ ହୋଇଛି।

Spread the love