ସିବିଆଇ ସ୍କାନରରେ ଏନ୍‌ଜିଓ: ଦେଶର ୪୦ ଜାଗାରେ ଚଢ଼ାଉ, ଦୁର୍ନୀତିରେ ଗୃହମନ୍ତ୍ରାଳୟର କର୍ମଚାରୀ ସାମିଲ୍

ନୂଆଦିଲ୍ଲୀ: ଏବେ ସିବିଆଇର ନଜର ଏନ୍‌ଜିଓ ଉପରେ। ବିଦେଶୀ ପାଣ୍ଠି ସହାୟତା ନିୟମର ଉଲ୍ଲଂଘନ ନେଇ ଦେଶର ବିଭିନ୍ନ ଏନ୍‌ଜିଓ ସଂସ୍ଥା ଉପରେ ଚଢ଼ାଉ କରିଛି ସିବିଆଇ। ନୂଆଦିଲ୍ଲୀ, ମୁମ୍ବାଇ, ରାଜସ୍ଥାନ, ଚେନ୍ନାଇ ଏବଂ ମମୟୁଶୁର ଭଳି ଦେଶର ୪୦ଟି ସ୍ଥାନରେ ଚଢ଼ାଉ କରିଛି ସିବିଆଇ। ୧୦ ଜଣ ଲାଞ୍ଚ ନେଉଥିବା ରେଡ୍‌ହେଣ୍ଡେଡ୍‌ ଧରିଛି ସିବିଆଇ। ସେମାନଙ୍କ ମଧ୍ୟରୁ ୧୦ ଜଣ ସରକାରୀ ଚାକିରିଆ ହୋଇଥିବା ବେଳେ କିଛି ଗୃହମନ୍ତ୍ରାଳୟର କର୍ମଚାରୀ ମଧ୍ୟ ଅଛନ୍ତି। ଏହି ଚଢ଼ାଉରେ ବେଆଇନ୍ ଭାବେ ଅନ୍ୟ ଚ୍ୟାନେଲ୍ ନାଁରେ ଟ୍ରାଞ୍ଜାକ୍ସନ ହୋଇଥିବା ୨ କୋଟି ଟଙ୍କା ଜବତ ହୋଇଛି ବୋଲି ସିବିଆଇ ସୂଚନା ଦେଇଛନ୍ତି।

ଫରେନ୍ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ (FCRA)ର ଉଲ୍ଲଂଘନ ବିଷୟରେ କେନ୍ଦ୍ର ଗୃହମନ୍ତ୍ରାଳୟରୁ ସୂଚନା ପାଇବା ପରେ ସିବିଆଇ ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ମାମଲାରେ କେତେ ଜଣଙ୍କୁ ଗିରଫ କରାଯାଇଛି ସେ ନେଇ କୌଣସି ସୂଚନା ମିଳିନାହିଁ।

ବିଭିନ୍ନ ଏନ୍‌ଜିଓକୁ ଆସୁଥିବା ବିଦେଶୀ ପୁଞ୍ଜିକୁ କିଛି ସରକାରୀ ଚାକିରିଆ ଓ ମିଡିଲ୍‌ମ୍ୟାନ୍ ଓ ଅନାମଧେୟ ଅପରେଟର ହେର୍‌ଫେର୍ କରୁଛନ୍ତି ବୋଲି ଗୃହମନ୍ତ୍ରାଳୟ ଖବର ପାଇଥିଲା। ଏହାପରେ ଗୃହମନ୍ତ୍ରାଳୟ ପୂର୍ବରୁ ସିବିଆଇକୁ ଏହାର ସୂଚନା ଦିଆଯାଇଥିଲା। ପରେ ସିବିଆଇ ଆଓଜି ୪୦ ଜାଗାରେ ଚଢ଼ାଉ କରିଛି।

Spread the love