ପ୍ରମାଣ ନଷ୍ଟ ପାଇଁ ଲଗାଇ ଦେଲେ ନିଆଁ, ଛାରଖାର ହୋଇଗଲା ୧୦୦୦ ହେକ୍ଟର ଅଞ୍ଚଳ

ନୂଆଦିଲ୍ଲୀ: ତେଲ ଚୋରି କରୁଥିଲେ। ହେଲେ ଧରା ପଡିଯିବା ଭୟରେ ପ୍ରମାଣ ନଷ୍ଟ ପାଇଁ ୧୦୦୦ ହେକ୍ଟର ଜାଗାରେ ନିଆଁ ଲଗାଇ ଦେଲେ। ଏହି ଘଟଣାରେ କୋର୍ଟ ଦୋଷୀଙ୍କୁ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଘଟଣା ଅଷ୍ଟ୍ରେଲିଆରେ ଘଟିଛି।

୨୦୧୯ରେ ଯୁବକ ଜଣକ ନିଜ ସହଯୋଗୀଙ୍କ ସହ ହାଙ୍ଗିଙ୍ଗ ପାହାଡ ନିକଟରେ ଏକ ଖନନ ଅଞ୍ଚଳରୁ ୨୦୦ ଲିଟର ଡିଜେଲ୍ ଚୋରି କରିଥିଲେ। ହେଲେ ପ୍ରମାଣ ନଷ୍ଟ ପାଇଁ ଘଟଣାସ୍ଥଳରେ ଥିବା ବୁଦାରେ ନିଆଁ ଲଗାଇ ଦେଇଥିଲେ। ଦେଖୁ ଦେଖୁ ନିଆଁ ବ୍ୟାପି ୧୦୪୨ ହେକ୍ଟର ଅଞ୍ଚଳକୁ ଛାରଖାର କରି ଦେଇଛି। ଏଥିରେ ପ୍ରାୟ ୧.୧ ରୁ ୧.୭ ମିଲିୟନ ଟଙ୍କାର ସଂପତ୍ତି ନଷ୍ଟ ହୋଇଛି।

ମାଜିଷ୍ଟ୍ରେଟ୍‌ଙ୍କ ମତରେ ୧୦.୪୨ ବର୍ଗ କିଲୋମିଟର ଅଞ୍ଚଳ ସଂପୂର୍ଣ୍ଣ ଧ୍ଵଂସ ହୋଇ ଯାଇଛି। ଅଭିଯୁକ୍ତଙ୍କ ଓକିଲ କହିଛନ୍ତି ଯେ, ଘଟି ଯାଇଥିବା କ୍ଷତିକୁ ଆମେ ସ୍ଵୀକାର କରୁଛୁ। ହେଲେ ଚୋରି ସମୟରେ ବ୍ୟକ୍ତିଙ୍କ ବୟସ ୧୭ ବର୍ଷ ହୋଇଥିଲା। ବିଚାରପତି ତାଙ୍କୁ ୧୨ ମାସର ଜେଲ୍ ଦଣ୍ଡ ଦେଇଥିଲେ। ତେଣୁ ଅଭିଯୁକ୍ତ ପାଞ୍ଚ ମାସର ପାରୋଲ ପାଇବା  ଯୋଗ୍ୟ ବୋଲି ଓକିଲ କହିଛନ୍ତି।

Spread the love