କଡାକଡି ହେଲା କଟକଣା : ରାତି ୧୦ଟା ପରେ ବିବାହ ପ୍ରସେସନରେ ବଜାଇ ପାରିବେନି ଡିଜେ, ବାଣ ଫୁଟାଇବା ମନା

ରାତି ୧୦ଟା ପରେ ବିବାହ ପ୍ରସେସନରେ ଡିଜେ ସାଉଣ୍ଡ ଓ ବାଣ ଫୁଟାଇବା ମନା । କଟକଣା କଡାକଡି କଲା କମିଶନରେଟ୍ ପୋଲିସ । ପୂର୍ବରୁ ଏହି ନିୟମ ବଳବତ୍ତର ରହିଥିଲେ ବି ଏହି ନିୟମକୁ ରାଜଧାନୀବାସୀ ଫୁ କରିଦେଉଛନ୍ତି । ଏବେ ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାତି ୧୦ଟା ପରେ ଡିଜେ ସାଉଣ୍ଡ ଅବାଦ୍ଧରେ ବଜାଯାଉଛି । ରାସ୍ତାଘାଟରେ ମଧ୍ୟ ବାଣ ଫୁଟାଯାଉଛି । ଏ ନେଇ ବାରମ୍ବାର ଅଭିଯୋଗ ଆସିଲା ପରେ ଆକ୍ସନ୍ ମୋଡ୍‌କୁ ଆସିଛି କମିଶନରେଟ୍ ପୋଲିସ ।

ଯଦି କୌଣସି ସ୍ଥାନରେ କଟକଣା ଉଲଂଘନ ହେଉଥିବାର ନଜରକୁ ଆସେ ତେବେ ଜଣାଇବାରୁ କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି ।  ଡିସିପି କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ନମ୍ବର କିମ୍ବା ୧୧୨କୁ କଲ୍ କରି ଜଣାଇବାକୁ ଭୁବନେଶ୍ବର ଡିସିପି କହିଛନ୍ତି । କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହୋଇଥିବା ନମ୍ବରଟି ହେଉଛି ୦୬୭୪୨୫୪୦୨୯୪ ।

ତେବେ ବରିଷ୍ଠ ନାଗରିକ, ପ୍ରସୂତୀ ମହିଳା, ଛୋଟ ପିଲାଙ୍କୁ ଦୃଷ୍ଟିରେ ରଖି ଏହିଭଳି କଟକଣା ଜାରି କରାଯାଇଥିବା ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି ।

Spread the love