କମିଲା ନାଇଟ୍‌ କର୍ଫ୍ୟୁ ଅବଧି

ଆସିଲା ଫେବ୍ରୁଆରୀ ଗାଇଡଲାଇନ୍‌ । କରୋନା ସଂକ୍ରମଣ କମୁଛି । କଟକଣା ସାମାନ୍ୟ କୋହଳ କଲେ ସରକାର ।  କମିଲା ନାଇଟ୍‌ କର୍ଫ୍ୟୁ ଅବଧି । ଏଣିକି ସବୁ ସହରାଞ୍ଚଳରେ ରାତି ୧୦ ଟାରୁ ରାତ୍ରିକାଳୀନ କର୍ଫ୍ୟୁ ଲାଗିବ । ପୂର୍ବରୁ ରାତି ୯ଟାରୁ ସକାଳ ୫ଟା ଯାଏ ଥିଲା ରାତ୍ରିକାଳୀନ କଟକଣା  । ଏଣିକି ମାର୍କେଟ, ମଲ୍‌, ସିନେମା ହଲ୍‌, ଥିଏଟର ସବୁ ରାତି ୧୦ଟା ଯାଏ ଖୋଲା ରହିବ । ନାଇଟ କର୍ଫ୍ୟୁ ଅବଧି କମାଇବା ପାଇଁ ଦାବି ହୋଇଥିଲା ଫେବ୍ରୁଆରୀ ଗାଇଡ୍‌ଲାଇନ୍‌ ଅନୁସାରେ। ସର୍ବସାଧାରଣ ସ୍ଥାନରେ ବିନା ଶ୍ରଦ୍ଧାଳୁରେ ପାଳନ ହେବ ସରସ୍ୱତୀ ପୂଜା । ଶିକ୍ଷାନୁଷ୍ଠାନରେ ସୀମିତ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ କୋଭିଡ୍‌ କଟକଣାରେ ସରସ୍ୱତୀ ପୂଜା ପାଳନକୁ ଅନୁମତି ଦିଆଯିବ । ମାଘ ସପ୍ତମୀ ବୁଡ ଉପରେ ଲାଗିଛି କଟକଣା । ଜଳାଶୟରେ ଭିଡ଼କୁ ଦୃଷ୍ଟିରେ ରଖି ମାଘ ସପ୍ତମୀ ବୁଡ଼ ପକାଇବା ମନା । ସବୁ ସରକାରୀ ଅଫିସ କୋଭିଡ୍‌ କଟକଣାରେ ଶତ ପ୍ରତିଶତ କର୍ମଚାରୀରେ ଚାଲିବ । ବିବାହ, ବ୍ରତଘର ଓ ଶୁଦ୍ଧି କ୍ରିୟାରେ ପୂର୍ବଭଳି କଟକଣା ବଳବତ୍ତର ରହିଛି। ବିବାହରେ ସର୍ବାଧିକ ୧୦୦ ଓ ଶୁଦ୍ଧିକ୍ରିୟାରେ ୫୦ ଜଣ ସାମିଲ ହେବେ । ଶିକ୍ଷାନୁଷ୍ଠାନ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି ।

Spread the love