ମଦୁଆ, ଅସାମାଜିକଙ୍କୁ ସାବାଡ୍ ପାଇଁ କମିସନରେଟ୍‌ ପୁଲିସ୍‌ର ନାଇଟ ପାଟ୍ରୋଲିଂ, ୭ ଅଟକ

ଭୁବନେଶ୍ବର: ଖଟି, ମଦୁଆ ଓ ଅସାମାଜିକଙ୍କ ଉପରେ ପୁଲିସର ନଜର। ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ମାର୍ଚ୍ଚପାଷ୍ଟ କରିଛି କମିସନରେଟ ପୁଲିସ। ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ଉପସ୍ଥିତିରେ ଏସିପି, ଆଇଆଇସି ଓ ୨ ପ୍ଲାଟୁନ ଫୋର୍ସ ଜେଲ ଛକ, ଗଣେଶ ମଣ୍ଡପ ଛକ, ଝାରପଡା, ସନ୍ତୋଷୀ ବିହାର, କେନାଲ ରୋଡ଼ ବୁଲି ସନ୍ଦିଗ୍ଧ ସ୍ଥାନକୁ ନଜର କରିଥିଲେ। ସେହିପରି ମୈତ୍ରୀ ବିହାର ଥାନା ଅଧୀନରେ ଅତିରିକ୍ତ ଡିସିପି ପ୍ରକାଶ ପାଲଙ୍କ ନେତୃତ୍ୱରେ ଗୋଟିଏ ପ୍ଲାଟୁନ ଫୋର୍ସ ସାଲିଆ ସାହି, ଆଦିବାସୀ ଗାଁ, ଏକାମ୍ର ବିହାର, ମହାବୀର ନଗର, ଟ୍ରାକ୍ଟର ପଡିଆ, ବାବା ତିଲକ ନଗର ଆଦି ସ୍ଥାନରେ ଚଢ଼ଉ କରିଥିଲା।
ରାତି ସମୟରେ ଏହି ଚଢ଼ଉ କରାଯାଇଛି। ୭ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି। ସେଫ ସିଟି ଡ୍ରାଇଭ ଅଧୀନରେ ନୀତିଦିନ ଏଭଳି ଚଢ଼ଉ ଜାରି ରଖିଛି କମିସନରେଟ ପୁଲିସର ବିଭିନ୍ନ ଥାନା ଓ ପିଓପିଡି ଟିମ। ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ । ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ଛକ ମାନଙ୍କରେ ଚେକିଂ ଓ ବ୍ଳକିଙ୍ଗକୁ ମଧ୍ୟ କଡାକଡି କରାଯିବ ବୋଲି ସୂଚନା ଦେଇଛନ୍ତି ଡିସିପି।

Spread the love