ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର, ୨୧/୧୦: ଦିନକୁଦିନ ରାଜାଧାନୀ ଭୁବନେଶ୍ୱରରେ ଅପରାଧ ବଢ଼ି ଚାଲିଛି । ସିଆରପିଏଫ୍‌ ଛକ ରେ ସଙ୍ଗବଦ୍ଧ ଆକ୍ରମଣ । ପୂର୍ବ ଶତ୍ରୁତାକୁ ନେଇ ଦୁଇ ଯୁବକଙ୍କୁ ଗୋଡ଼ାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଛନ୍ତି । ଏନେଇ ଆକ୍ରମଣର ଶିକାର ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

Spread the love