ନୀଳକନ୍ଦରକୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ , ୨୮ ଦିନ ପରେ ବାହାରିଲା ନୀଳାଚଳ ଅବଢ଼ା

ବାହାରିଲା ନୀଳାଚଳ ଅବଢ଼ା। ଦୀର୍ଘ ୨୮ ଦିନ ପରେ ଶ୍ରୀମନ୍ଦିରରେ ବାହାରିଲା ନୀଳାଚଳ ଅବଢ଼ା। ନୀଳାଚଳ ଅବଢା ପାଇବାକୁ ଭକ୍ତଙ୍କ ଭିତରେ ପ୍ରବଳ ଭିଡ଼। ରଥଯାତ୍ରାରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଯିବା ପରେ ରଥ ଉପରେ ଶୁଖିଲା ଭୋଗ ଓ ଫଳମୂଳ ଅର୍ପଣ କରାଯାଇଥିଲା। ଶ୍ରୀମନ୍ଦିର ଆନନ୍ଦବଜାର ଖାଁ ଖାଁ ପଡ଼ିବା ପରେ ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରସାଦ ମିଳିଛି। ନୀଳଦ୍ରି ବିଜେ ପରେ ଭକ୍ତ ମାନେ ଆଜି ଠାରୁ ଶ୍ରୀମନ୍ଦିରରେ ଅବଢା ପାଇବାର ସୁଯୋଗ ପାଇଛନ୍ତି।

ସୁଆର ମହାସୁଆର ନିଯୋଗ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ହୋଇଛି। ନୀଳାଚଳ ଅବଢାରେ ଭକ୍ତଙ୍କ ଆଗ୍ରହ ଥିବାବେଳେ ପ୍ରତିବର୍ଷ ରଥ ଯାତ୍ରା ପରେ ଅବଢା ବାହାରିବା ବେଳକୁ ରାତି ହୋଇଯାଏ। ଆଜି କିନ୍ତୁ ସଂଧ୍ୟାରେ ବାହାରିଛି ଅବଢା। ନୀଳାଚଳ ଅବଢାର ମାହାତ୍ମ୍ୟ ଅଲଗା। ମହାପ୍ରଭୁଙ୍କ ପାଇଁ ଛପନ ପଉଟି ଭୋଗ ପ୍ରସ୍ତୁତ ହୋଇଛି। ମହାପ୍ରଭୁଙ୍କୁ ଲାଗି ପରେ ଏହା ଭକ୍ତମାନଙ୍କ ପାଇଁ ଉପଲବ୍ଧ ହୋଇଛି।

Spread the love