ନୀଳଗିରି NAC ଅଙ୍ଗନବାଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ

ନୀଳଗିରି, ୯/୦୪: ନୀଳଗିରି NAC  ଅଙ୍ଗନବାଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ କରୋନା ମୁକାବିଲା ପାଇଁ ସହାୟତା ପ୍ରଦାନ କରାଯାଇଛି। ଆଜି ଅଙ୍ଗନବାଡିର  ସଦସ୍ୟା ମନେ ନୀଳଗିରି ଉପଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ୬୦୦୦ ଟଙ୍କା ଚେକ ଆକାରରେ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ,  କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସହିତ ବହୁ ନେତା ଓ ଅଭନେତା ସହାୟତା ପ୍ରଦାନ କରିଛନ୍ତି। ଏହି ଅବସରରେ ଅଙ୍ଗନବାଡି କର୍ମୀ ମାନେ ଆଜି କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି କୁ ସହାୟତା ପ୍ରଦାନ କରିଛନ୍ତି।

 ପ୍ରକାଶ ଯେ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଗୁରୁବାର ବୃଦ୍ଧି ଘଟିଛି। ଢେଙ୍କାନାଳ ଜିଲାରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ ଦୁଇ ଜଣ ନୂଆ ରୋଗୀ ଠାବ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଗୁରୁବାର ବୃଦ୍ଧି ଘଟିଛି। ଢେଙ୍କାନାଳ ଜିଲାରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ ଦୁଇ ଜଣ ନୂଆ ରୋଗୀ ଠାବ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି।

Spread the love