ନୀଳଗିରି କଲେଜରେ ଛାତ୍ର ଅଶାନ୍ତି

ନୀଳଗିରି,୧୭/୧୦: ବାଲେଶ୍ଵର ଜିଲ୍ଲା ନୀଳଗିରି କଲେଜରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଯୁକ୍ତ ୩ ବର୍ଷର ଛାତ୍ରଛାତ୍ରୀ କଲେଜର ଦୁଇଜଣ ଇଂରାଜୀ ଶିକ୍ଷକଙ୍କ ନାମରେ ଗୁରୁତର ଅଭିଯୋଗ ଆଣିଛନ୍ତି। ତୃତୀୟ ସେମିଷ୍ଟାର ଇଣ୍ଟରନାଲ ଇଂରାଜୀ ପରୀକ୍ଷାରେ ଅଧ୍ୟାପକ ଶିଳ୍ପା ମିଶ୍ର ଓ ନଳିନୀକାନ୍ତ ପାଢ଼ୀ ମାର୍କ ଜାଣିଶୁଣି କମ୍ ଦେଇଥିବା ଅଭିଯୋଗ ଉଠିଛି। ଦୁଇ ଅଧ୍ୟାପକ ସଠିକ କ୍ଳାସ କରୁନଥିବା ବେଳେ ଏଭଳି ମାର୍କ ଆକ୍ରୋଶ ମୂଳକ ଭାବେ ଦେଇଥିବା ଅଭିଯୋଗ ଉଠାଇ ଛାତ୍ରଛାତ୍ରୀମାନେ କଲେଜ ସମ୍ମୁଖରେ ପ୍ରତିବାଦ ଜଣାଇ ବିକ୍ଷୋଭ କରିଥିଲେ । ପରେ ଦୁଇ ଅଧ୍ୟାପକଙ୍କୁ ପ୍ରିନ୍ସପାଲ ଡକାଇ ଆଲୋଚନା କରିଥିବା ବେଳେ ଦୁଇଜଣ ସଠିକ ମାର୍କ ଦେଇଥିବା କହିଛନ୍ତି। ତେବେ ଆସନ୍ତାକାଲି ଛାତ୍ରଛାତ୍ରୀମାନେ ଧାରଣା ଦେବେ ବୋଲି ଜଣାପଡିଛି। ସେପଟେ ପ୍ରିନ୍ସପାଲ ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି।

Spread the love