ନିଆଁ ଲାଗି ଜଳିଗଲା ଯାତ୍ରୀବାହୀ ବସ୍, ୯ ଜୀବନ୍ତ ଦଗ୍ଧ

ମୁମ୍ବାଇ ୦୮।୧୦ : ମହାରାଷ୍ଟ୍ର ନାସିକରେ ଭୟଙ୍କର ବସ୍ ଦୁର୍ଘଟଣା। ନିଆଁରେ ଜଳିଗଲା ଯାତ୍ରୀବାହୀ ବସ୍। ଯେଉଁଥିରେ ୯ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି। ମୃତାହତଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଖବର ଅନୁଯାୟୀ, ନାସିକ-ଔରଙ୍ଗାବାଦ ରୁଟ୍ ର ନାନ୍ଦୁରନାକା ନାମକ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି।  ଏକ ଯାତ୍ରୀବାହୀ ବସ୍‌ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଉଥିବା ବେଳେ ହଠାତ୍‌ ନିଆଁ ଲାଗିଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ରାତିରେ ବସ୍ ଟି ହୁତ୍ ହୁତ୍ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା।  ଯାହାକୁ ଦେଖି ଗାଡିରେ ଥିବା କିଛି ଲୋକ ତୁରନ୍ତ ଓହ୍ଲାଇପଡିଥିବା ବେଳେ କିଛି ଯାତ୍ରୀ ଫସିଯାଇଥିଲା । ବହୁ ଚେଷ୍ଟା କରିଥିଲେ ବି ସେମାନେ ବାହାରିବାରେ ସଫଳ ହୋଇଥିଲା । ଶେଷରେ ବସ୍‌ ନିଆଁ ଲାଗିବା ଦ୍ୱାରା ୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ଅନେକ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏତେ ବଡ଼ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଓ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି ।

Spread the love