ରାଜ୍ୟର ୯ଟି ସ୍ଥାନର ତାପମାତ୍ରା ୩୫ ଡିଗ୍ରୀ

ରାଜଧାନୀରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରୀ ପାର କରିଛି । ରାଜ୍ୟର ୯ଟି ସ୍ଥାନର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି । ଆସନ୍ତା ୨ରୁ ୩ ଦିନରେ ତାପମାତ୍ରା ଆହୁରି ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ମାର୍ଚ୍ଚ ପହିଲା ସୁଦ୍ଧା ରାଜ୍ୟର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ।ଦିନରେ ତାତି ବଢିବା ସହ ସାମାନ୍ୟ ଗରମ ପବନ ମଧ୍ୟ ବହିବା ଆରମ୍ଭ ହେଲାଣି । ଖରା ବଢିବା ସହ ଥଣ୍ଡା ପାନିୟ, ଆଖୁ ରସ , ଲସି , ଦହି ସରବତ ବେପାର ମଧ୍ୟ ଆରମ୍ଭ ହେଲାଣି । ଦିନର ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ରାତିର ତାପମାତ୍ରାରେ ସେଭଳି ବୃଦ୍ଧି ଘଟିନାହିଁ। ଆଗାମୀ ପାଞ୍ଚଦିନ ପର୍ଯ୍ୟନ୍ତ ପାଣିପାଗ ଅପରିବର୍ତ୍ତିତ ରହିବ ବୋଲି କୁହାଯାଇଛି ।

Spread the love