ମଞ୍ଚ ଉପରେ ହଠାତ ଅସୁସ୍ଥ ହୋଇପଡ଼ିଲେ ନୀରଜ ଚୋପ୍ରା

ପାନିପତ ୧୭/୦୮: ଅଲିମ୍ପିକ୍‌ରେ ଗୋଲ୍ଡ ମେଡାଲ ଜିତିବା ପରେ ନୀରଜ ଚୋପ୍ରା ପ୍ରଥମ ଥର ନିଜ ଗାଁ ଖଣ୍ଡାରାରେ ପହଞ୍ଚିଛନ୍ତି। ପାନୀପତରେ ପହଞ୍ଚିବା ପରେ ତାଙ୍କୁ ବଡ଼ ଧୁମଧାମରେ ସ୍ବାଗତ କରାଯାଇଥିଲା । ମଞ୍ଚରେ ନୀରଜଙ୍କୁ ପଗଡ଼ି ପିନ୍ଧାଯାଇଥିଲା।  କିଛି ସମୟ ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଏନେଇ ପରିବାରକୁ ଖବର କରିଥିଲେ ଲୋକେ। ତାଙ୍କୁ ଷ୍ଟେଜ୍‌ ଉପରୁ ତଳକୁ  ଆଣି ଘରକୁ ନିଆଯାଇଥିଲା। ଘରେ ଆରାମ କରିବା ପରେ ଚଣ୍ଡୀଗଡ଼ ବାହାରି ଯାଇଥିଲେ ନୀରଜ। ସେଠାରେ ସେ ମୁଖ୍ୟମନ୍ତ୍ରୀ ମନୋହରଲାଲଙ୍କୁ ଭେଟିବେ।

ତେବେ ଷ୍ଟେଜ୍‌ରେ ନୀରଜ ଅସୁସ୍ଥ ହେବା ପରେ ସମସ୍ତେ ଚିନ୍ତାରେ ପଡ଼ିଯାଇଥିଲେ। ଜିଲ୍ଲାପାଳ ସଙ୍ଗେସଙ୍ଗେ ଡାକ୍ତରଙ୍କୁ କଲ କରିଥିଲେ। ଏପରିକି ଦିଲ୍ଲୀର ଚିକିତ୍ସକଙ୍କୁ କଲ କରାଯଇଥିଲା। ଏହା ପରେ ଡାକ୍ତରମାନେ ତାଙ୍କୁ ଆରମ କରିବାକୁ ପରାମର୍ଶ କରିଥିଲେ ବୋଲି ଜିଲ୍ଲାପାଳ ସୁଶିଲ ସାରଓ୍ବାନ କହିଛନ୍ତି। ନୀରଜ ମଞ୍ଚରେ ଉପସ୍ଥିତ ଲୋକମାନଙ୍କୁ ଧନ୍ୟବାଦ ଦେଇଥିଲେ। କହିଥିଲେ ଗୋଲ୍ଡ ମେଡାଲ ଆପଣମାନଙ୍କ ଭଲ ପାଇବା ପାଇଁ ପାଇଛି। ତେଣୁ ଏହି ପଦକ ଦେଶର । ସେଥିପାଇଁ ସେ ବରିଷ୍ଠ ଖେଳାଳିଙ୍କୁ ଧନ୍ୟବାଦ ଦେଇଥିଲେ । ଏହା ପରେ ମଞ୍ଚରେ ବହୁତ ଗରମ ହେଉଛି ବୋଲି କହିବା ସହ ଅୁସୁସ୍ଥ ଥିବା ନେଇ ମଧ୍ୟ କହିଥିଲେ ନୀରଜ।

ସକାଳ ପାଖରୁ ଲଗାତାର ଯାତ୍ରା କରିବା ଏବଂ ଭିଡ଼ରେ ରହିବା ଯୋଗୁଁ ସମସ୍ୟା ହୋଇଛି। କିଛି ସମୟ ଆରାମ କରିବା ପରେ ସୁସ୍ଥ ହୋଇଯିବେ ବୋଲି ନୀରଜଙ୍କୁ ଡାକ୍ତରମାନେ ପରାମର୍ଶ କରିଥିଲେ। ମିଳିଥିବା ସୂଚନା ଅପୁସାରେ ୩ ଦିନ ପୂର୍ବରୁ ନୀରଜଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଥିଲା।  ତାଙ୍କୁ ପ୍ରବଳ ମାତ୍ରାରେ ଜ୍ବର ଆସିଥିଲା। ତାଙ୍କର କୋଭିଡ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଜ୍ବର ହୋଇଥିବାରୁ ସେ ହରିୟାଣା ସରକାରଙ୍କ ସମ୍ମାନ ସମାରୋହରେ ସାମିଲ ମଧ୍ୟ ହୋଇପାରିନଥିଲେ। ଭିଡିଓ କନଫରେନ୍ସିଂରେ ସେ ଏହି ସମାରୋହରେ ସାମିଲ ହୋଇଥିଲେ ।

Spread the love