ପିସିସି ସଭାପତି ପଦରୁ ନିରଂଜନ ଇସ୍ତାଫା

୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସକୁ ଏକ ବଡ ଧରଣର ଝଟକା ଲାଗିଛି । ଦେଶ ବ୍ୟାପି କଂଗ୍ରେସକୁ ନିରୁତ୍ସାହଜନକ ଫଳାଫଳ ମିଳିଥିବା ବେଳେ ଓଡିଶାରେ ୧୦ଟି ବିଧାୟକ ଜିତିବାରେ ସମର୍ଥ ହୋଇନି କଂଗ୍ରେସ । ଓଡିଶାରେ ଏହି ପରାଜୟ ପାଇଁ ନୈତିକ ଦାୟିତ୍ୱ ଗ୍ରହଣ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।

ପିସିସି ସଭାପତି ପଦରୁ ନିରଂଜନ ଇସ୍ତାଫା ଦେଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ନିଜ ଇସ୍ତଫା ପତ୍ର ଏଆଇସିସି ନିକଟକୁ ପଠାଇଦେଇଥିବା କହିଛନ୍ତି ନିରଂଜନ ପଟ୍ଟନାୟକ । ତେବେ ପ୍ରତିକୂଲ ପରିସ୍ଥିତିରେ ଦଳକୁ ବିଜୟ ଆଣିଦେଇଥିବା କଂଗ୍ରେସର ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପିସିସି ସଭାପତି l

Spread the love