ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ର ପିପିଲିମାଲ ପଞ୍ଚାୟତର ସରପଞ୍ଚ ପଦ ନିର୍ବାଚନ ମଇଦାନରେ ବାପ-ପୁଅ

 

ବେଲପାହାଡ଼ ସହର ଉପକଣ୍ଠରେ ଥିବା ଏହି ପଞ୍ଚାୟତରେ ଚଳିତ ଥର ସରପଞ୍ଚ ପଦରେ ପ୍ରତିଯୋଗିତା ଜୋରଦାର ହେଉଛି। ଏହି ବାପ-ପୁଅଙ୍କୁ ମିଶାଇ ପଞ୍ଚାୟତରେ ୧୩ଜଣ ପ୍ରାର୍ଥୀ ପ୍ରତିଯୋଗିତାରେ ଅଛନ୍ତି। ଗୋଟିଏ ପରିବାରର ଦୁଇ ଜଣ ନିର୍ବାଚନ ଲଢ଼ୁଥିବାରୁ ଏହାକୁ ଅନ୍ୟ ପ୍ରତିଦ୍ବନ୍ଦ୍ବୀ ନାପସନ୍ଦ କରିଛନ୍ତି। ଅନ୍ୟଜଣେ ପ୍ରାର୍ଥୀ ରଙ୍ଗାଧର ଡିଲା କହିଛନ୍ତି ‘ଏଥିରୁ ଲାଭ ତ ହେବ ନାହିଁ କିନ୍ତୁ ନିଜ ସହିତ ଅନ୍ୟମାନଙ୍କର କ୍ଷତି ନିଶ୍ଚିତ ଭାବେ କରିବେ। ବିଜୟୀ ପ୍ରାର୍ଥୀଙ୍କ ଭୋଟ କାଟିବା ପାଇଁ ଉଭୟ ବାପ ପୁଅ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।’ ଜନ୍ମେଜୟଙ୍କ ପୁତ୍ର ଘନଶ୍ୟାମ କହିଛନ୍ତି ‘ମୁଁ ପୂର୍ବରୁ ମଧ୍ୟ ରାଜନୀତିରେ ଅଛି, ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟରେ ଜ୍ୟୋତିଷଙ୍କ ପରାମର୍ଶ କ୍ରମେ ମୋର ପ୍ରାର୍ଥିତ୍ବ କାଏମ ରଖିବା ଓ ବାପାଙ୍କର ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ହୋଇଥିଲା। ହେଲେ ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟରେ ବାପାଙ୍କୁ ଜ୍ବର ଆସିବାରୁ ସେଭଳି ହୋଇପାରିଲା ନାହିଁ।’ ଅନ୍ୟପକ୍ଷରେ ଜନ୍ମେଜୟ ନିଜର ପ୍ରଚାର କରିବେ ନାହିଁ ବରଂ ପୁତ୍ରକୁ ଜିତାଇବା ପାଇଁ ମତଦାତାଙ୍କୁ ଅନୁରୋଧ କରିବେ ବୋଲି ପ୍ରକାଶ କରିଛନ୍ତି।
ସୂଚନା‌ଥାଉ କି ଏହି ପଞ୍ଚାୟତରେ ୧୧ଟି ୱାର୍ଡ ଥିବା ବେଳେ ୨୭୨୯ମତଦାତା ଅଛନ୍ତି।

 

Spread the love