ଚାନ୍ଦବାଲି ବ୍ଲକ୍‌ରେ ନିର୍ବାଚନୀ ହିଂସା : ୧୫ରୁ ଅଧିକ ଆହତ

ଚାନ୍ଦବାଲି ୧୯।୨: ଭଦ୍ରକ ଜିଲ୍ଲା ଧାମରା ମେରାଇନ ଥାନା ଅନ୍ତର୍ଗଚ ଜାଗୁଳା ପଂଚାୟତରେ ରାଜନୈତିକ ହିଂସା । ଜାଗୁଳା ପଂଚାୟତରେ ଦେଖିବାକୁ ମିଳିଛି ଏହି ଘଟଣା । ଅଡାବନ୍ଦ ଗାଁରେ ଗ୍ରାମବାସୀମାନେ କୌଣସି ଏକ ନିର୍ଦ୍ଧିଷ୍ଟ ଦଳକୁ ଭୋଟ୍ ନ ଦେବାରୁ ଉତକ୍ଷିତ ହୋଇ ପୂର୍ବତନ ସରପଞ୍ଚ ପ୍ରାର୍ଥୀ ସୁରେଶ ମାହୁନ୍ତ ଓ ତାଙ୍କର ସମର୍ଥକମାନେ ଅନ୍ୟ ଏକ ଦଳର କର୍ମୀମାନଙ୍କୁ ଆକ୍ରମଣ କରିଥିଲେ ।

ଏହି ଆକ୍ରମଣରେ ଉଭୟ ପକ୍ଷରୁ ୧୫ଜଣ ବ୍ୟକ୍ତି ଆହତ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ପ୍ରଥମେ ଧାମରା ମେଡିକାଲ ଓ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଚାନ୍ଦବାଲି ଏସଡିପିଓ ଓ ମେରାଇନ ଥାନା ଅଧିକାରୀ ପହଞ୍ଚି ସ୍ଥିତି ଉପରେ ନଜର ରଖିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

Spread the love