କାଲି ହେବନି ନିର୍ଭୟା ଦୋଷୀ ଙ୍କୁ ଫାଶୀ

ମଙ୍ଗଳବାର ହେବନି ନିର୍ଭୟା ଗଣଦୁଷ୍କର୍ମର ଦୋଷୀମାନଙ୍କୁ ଫାଶୀ। ଦିଲ୍ଲୀ କୋର୍ଟ ଏବାବଦରେ ରାୟ ଦେଇ କହିଛନ୍ତି, ଆଗାମୀ ନିର୍ଦ୍ଦେଶ ଯାଏ ଏହି ଫାଶୀ ହୋଇପାରିବନି।

ମାର୍ଚ୍ଚ ୩ ତାରିଖରେ ଫାଶୀ ହେବ ବୋଲି ନିଶ୍ଚିତ ହୋଇସାରିଥିଲା। ୪ ଦୋଷୀ ଅକ୍ଷୟ ଠାକୁର, ମୁକେଶ ସିଂହ, ପୱନ ଗୁପ୍ତା ଏବଂ ବିନୟ ଶର୍ମା ଏହିଦିନ ଫାଶୀ ପାଇବାର ଥିଲା। ଅତିରିକ୍ତ ସେସନ୍‌ ଜଜ୍‌ ଧର୍ମେନ୍ଦ୍ର ରାଣା ଏହି ରାୟ ଦେଛନ୍ତି। ଏହା ପୂର୍ବରୁ ସୋମବାର ଦୋଷୀ ପୱନ କୁମାର ଗୁପ୍ତା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା। ଏହି କାରଣରୁ ଫାଶୀ ତାରିଖ ଘୁଞ୍ଚଯାଉ ବୋଲି ପଟିଆଲା ହାଉସ୍‌ରେ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରି କୋର୍ଟ ଏଭଳି ରାୟ ଦେଇଛନ୍ତି।

Spread the love