ପ୍ରବାସୀ ଶ୍ରମିକଙ୍କ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା

ଆଜି ଦ୍ୱିତୀୟ କିସ୍ତିର ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରିଲିଫ ପ୍ୟାକେଜରେ ଚାଷୀ ଏବଂ ପ୍ରବାସୀ ଶ୍ରମିକଙ୍କୁ ବେଶ୍ ଗୁରୁତ୍ୱ ଦେଇଛନ୍ତି । ତେବେ ପ୍ରବାସୀ ଶ୍ରମିକଙ୍କୁ ନେଇ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ସେମାନଙ୍କ ରାଜ୍ୟକୁ ଫେରିବାରେ ସରକାର ସାହାଯ୍ୟ କରିବେ। ପ୍ରବାସୀ ଶ୍ରମିକମାନଙ୍କୁ ଗଘଜଋଏଇ ଅଧୀନରେ କାମ ଦଆଯିବ । ଆଉ ଏହାର ପଂଜିକରଣ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି ।

ନିର୍ମଳା ଆହୁରୀ ମଧ୍ୟ କହିଛନ୍ତି ଯେ, ଗତକାଲି ପର୍ଯ୍ୟନ୍ତ ୬.୭ ଲକ୍ଷ ଗ୍ରାମ ପଞ୍ଚାୟତରେ ୬.୭ କୋଟି ଲୋକଙ୍କୁ କାମ ଦିଆଯାଇଛି। ଗତ ବର୍ଷ ମେ ମାସ ତୁଳନାରେ ଏଥର ୪ ରୁ ୭ ପ୍ରତିଶତ ଅଧିକ ଲୋକ ପଞ୍ଜୀକୃତ ହୋଇଛନ୍ତି। ଏହିପରି, ଗତ ବର୍ଷ ତୁଳନାରେ ଶ୍ରମିକଙ୍କ ବେତନ ମଧ୍ୟ ବୃଦ୍ଧି ପାଇଛି। ଗତ ବର୍ଷ ଦୈନିକ ମଜୁରୀ ୧୮୨ ଟଙ୍କା ଧାର୍ଯ୍ୟ କରାଯାଇଥିଲା ମାତ୍ର ଚଳିତ ବର୍ଷ ଏହାକୁ ୨୦୨ଟଙ୍କାକୁ ବୃଦ୍ଧି କରିଦିଆଯାଇଛି ।

Spread the love