ଗୃହରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ପ୍ରଥମେ କରୋନା ମୃତକଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ ୦୧/୦୨ :  ସଂସଦରେ ଆରମ୍ଭ ହୋଇଛି ବଜେଟ୍ ଅଧିବେଶନ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୃହରେ ବଜେଟ୍ ଉପସ୍ଥାପନ କରୁଛନ୍ତି ।  ତେବେ ବଜେଟ ଅଭିଭାଷଣ ପୂର୍ବରୁ ଅର୍ଥମନ୍ତ୍ରୀ ପ୍ରଥମେ କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ବଜେଟ୍ ଆରମ୍ଭରୁ ଅର୍ଥମନ୍ତ୍ରୀ ସୀତାରମଣ କରୋନା ମହାମାରୀ ଉପରେ କହିଥିଲେ । ସେ କହିଥିଲେ ଯେ, ଭାରତ ବିକାଶ ଯାତ୍ରା  ଜାରି ରଖିବ। ଏନେଇ ଆଶା ଅନେକ ଅଛି । ଆଗାମୀ ୨୫ ବର୍ଷକୁ ନଜରରେ ରଖି ବଜେଟ୍‌ କରାଯାଇଛି ।  ଅର୍ଥମନ୍ତ୍ରୀ କହିଥିଲେ ଯେ, ଚଳିତ ବଜେଟ୍‌ରେ ଆତ୍ମନିର୍ଭରଶୀଳ ଉପରେ ଫୋକସ ଦିଆଯିବ । କୃଷକ, ଯୁବପୀଡିଙ୍କୁ ଏଥିରୁ ଅନେକ ଫାଇଦା ମିଳିବ । ସେହିପରି ୧୬ ଲକ୍ଷ ଯୁବପୀଢିଙ୍କୁ ରୋଜଗାର ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

Spread the love