ନୀତି ଆୟୋଗ ବୈଠକରେ ସ୍ୱତନ୍ତ୍ର ଫୋକସ୍‌ ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର ୦୭।୦୮ : ନୀତି ଆୟୋଗ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀଙ୍କ ଅଧୀନରେ କୋଭିଡ୍ ମହାମାରୀକୁ ପ୍ରଭାବଶାଳୀ ଭାବେ ନିୟନ୍ତ୍ରଣ କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟମନ୍ତୀ ନବୀନ କହିଛନ୍ତି ଯେ, ଆଜି ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳ ପ୍ରଦର୍ଶନ କରୁଛି। ସମସ୍ତ କ୍ରୀଡ଼ାବିତ୍ ମାନଙ୍କୁ ମୋର ଆନ୍ତରିକତା ଶୁଭେଚ୍ଛା ଏବଂ ଅଭିନନ୍ଦନ। ସେମାନଙ୍କ ପାଇଁ ମାତୃଭୂମି ଆଜି ଗର୍ବିତ । ଅନେକ ସମୟରେ କେନ୍ଦ୍ର ରାଜ୍ୟକୁ କେନ୍ଦ୍ରୀୟ ତାଲିକାରେ ଥିବା ବିଷୟ ଗୁଡ଼ିକରେ ଅବହେଳିତ କରିଛି । ଟେଲିକମ୍, ରେଳବାଇ ଏବଂ ବ୍ୟାଙ୍କିଂ ସେବା ଓଡ଼ିଶାରେ ପହଞ୍ଚିବାରେ ଓଡ଼ିଶା ସର୍ବନିମ୍ନ ଅଛି । ତେଣୁ କେନ୍ଦ୍ରକୁ ସ୍ଵତନ୍ତ୍ର ଫୋକସ୍ ଦେବାକୁ ଦାବି କରିଛନ୍ତି । ରାଜ୍ୟ ସବୁବେଳେ ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଛି । ତେଣୁ ଓଡ଼ିଶାକୁ ସ୍ଵତନ୍ତ୍ର ଫୋକସ ମାନ୍ୟତା ଦିଆଯାଉ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କାର୍ଯ୍ୟକାରିତାରେ ତ୍ରୁଟି ରହିବା ଯୋଗୁଁ ଅନେକ କୃଷକ ଏହି ଯୋଜନାରେ ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି। ଯଦି ନୀତି ଆୟୋଗ ଏହାକୁ ଅଧ୍ୟୟନ କରନ୍ତି ଏବଂ କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ ପରାମର୍ଶ ଦିଅନ୍ତି , ତେବେ କୃଷକମାନେ ଲାଭ ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଗୃହ ଯୋଜନାରେ ରାଜ୍ୟର ଅନେକ ଆଦିବାସୀ ଏବଂ କେବିକେ ଜିଲ୍ଲାର ଅଧିବାସୀ ନୂତନ ଗୃହ ଆବଣ୍ଟନରୁ ବଞ୍ଚିତ ହେଉଛନ୍ତି। ଏହି ସମସ୍ୟାର ତୁରନ୍ତ ସମାଧନ କରିବା ପାଇଁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି। ନବୀନ ଆହୁରୀ ମଧ୍ୟ କହିଛନ୍ତି ଯେ, ଯେପରି ଗୁଜୁରାଟର ରାଣୀ କା ଭାବ୍‌ର ସଂରକ୍ଷଣକୁ ୟୁନେସ୍କୋ ହେରିଟେଜ୍ ସାଇଟ୍ ପ୍ରଶଂସା କରିବା ସହିତ ବିଶ୍ଵରେ ଏହାର ସଂରକ୍ଷଣକୁ ପ୍ରଶଂସିତ ହୋଇଛି।

ସେହିପରି ମୁଁ ଅନୁରୋଧ କରିବି ଆମର ଐତିହସ୍ଥଳର ସଂରକ୍ଷଣ ପାଇଁ ଗୁଜରାଟ ଭଳି ଟେକ୍ନୋଲୋଜି ଏବଂ ଆଇନଗତ ଢାଞ୍ଚାକୁ ଆବଶ୍ୟକତା ଅନୁସାରେ ଏଏସଆଇକୁ ଟ୍ରାନ୍ସଫର୍ମ କରିବାର ଆବଶ୍ୟକ ରହିଛି। ଏହା ସହିତ ଆମସାର୍‌ ଆକ୍ଟରେ ସଂଶୋଧନର ଆବଶ୍ୟକତା ରହିଛି। ଏହା ଦ୍ଵାରା ଆମର ଐତିହାସିକ ସ୍ଥଳ କୋଣାର୍କକୁ ସମେତ ଅନ୍ୟ ଐତିହାସିକ ସ୍ଥଳର ସୁରକ୍ଷା ଏବଂ ସଂରଣକ୍ଷ କରିବା ପାଇଁ ଏହା ସହାୟକ ହେବ।

Spread the love