୫ଟି ର ପ୍ରଶଂସା କଲା ନୀତି ଆୟୋଗ

 ବିରୋଧୀ ଦଳର କିଛି ନେତା ସରକାରଙ୍କ ୫ଟି ର ଉପହାସ କରୁଥିବା ବେଳେ ନୀତି ଆୟୋଗ ଆଜି ଏହାର ଖୁବ ପ୍ରଶଂସା କରିଛି । ରାଜ୍ୟ ସରକାରଙ୍କ ଟ୍ରାନଫର୍ମେସନ, ଟେକ୍ନୋଲୋଜି, ଟିମ୍‍ୱାର୍କ, ଟ୍ରାନ୍ସପରାନ୍ସି ଏବଂ ଟାଇମ ଲାଇନ ଦ୍ୱାରା ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିଥିବା ନୀତି ଆୟୋଗ ଟ୍ୱିଟ ଜରିଆରେ ପ୍ରକାଶ କରିଛି ।

ଓଡ଼ିଶା ସରକାରଙ୍କ ୫ଟି ଶିକ୍ଷା ବ୍ୟବସ୍ଥାକୁ ଅଧିକ ସଫଳ କରିଛି । ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣ କରିବାର ମାନ ବଢିବା ସହିତ ବିଦ୍ୟାଳୟରେ ଶୈଖିକ ପରିବେଶ ସୃଷ୍ଟି ହୋଇଛି । ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ଭାବରେ ଶିକ୍ଷାଲାଭ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।

Spread the love