ନିର୍ବାଚନ ପ୍ରଚାର ପାଇଁ ଓଡିଶା ଆସୁଛନ୍ତି ନୀତିନ ଗଡକରୀ

ଏପ୍ରିଲ ୨୪ ତାରିଖ ଦିନ ଓଡିଶା ଗସ୍ତରେ ନିର୍ବାଚନ ପ୍ରଚାର କରିବା ପାଇଁ ଆସୁଛନ୍ତି କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ଜାତୀୟ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ । ଶ୍ରୀ ଗଡକରୀ
ଅପରାହ୍ନ ୧ଟାରେ ଭଦ୍ରକ ଜିଲ୍ଲା ବରାହପୁର କଲେଜ ପଡିଆଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ବୋଲି ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର  ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ସମାବେଶ ପରେ ଅପରାହ୍ନ ୨ଟା୩୦ରେ ଶ୍ରୀ ଗଡକରୀ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ହାଟ ପଡିଆଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ସାଧାରଣ ସଭାକୁ ସମ୍ଭୋଧିତ କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।
(

Spread the love