ସରକାର ଗଢିବାକୁ ମିଳି ସାରିଛି ଜନାଦେଶ: ଏନଡିଏ ଓ ଇଣ୍ଡିଆ ମେଣ୍ଟ ବୈଠକ ଆଜି
ନୂଆଦିଲ୍ଳୀ: ସରକାର ଗଢିବାକୁ ମିଳି ସାରିଛି ଜନାଦେଶ । ଓଡ଼ିଶାରେ ବିଜେପି ପାଇଁ ସରକାର ଗଢିବାକୁ ବାଟ ଫିଟିଥିବା ବେଳେ କେନ୍ଦ୍ରରେ ଏନଡିଏକୁ ବହୁମତ ମିଳିଛି । ତେବେ ବିଜେପିକୁ ୨୦୧୯ ଭଳି ସ୍ପଷ୍ଟ ବହୁମତ ମିଳିନାହିଁ । ଏଭଳି ସ୍ଥିତି ଭିତରେ ଉଭୟ ଏନଡିଏ ଓ ଇଣ୍ଡିଆ ମେଣ୍ଟ ବୈଠକ କରିବାକୁ ଯାଉଛନ୍ତି । ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୟାବିନେଟ ମିଟିଂ କରିବାକୁ ଯାଉଛନ୍ତି । ଏହାପରେ ଏନଡିଏର ବୈଠକ ଡକାଯାଇଛି । ନୂଆଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ଆନ୍ଧ୍ରପ୍ରଦେଶର ବିଜୟୀ ଦଳ ଟିଡିପି ଏବଂ ବିଜେପିର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଜେଡିୟୁ ଯୋଗଦେବେ ।