NMMS ପରୀକ୍ଷା ଫଳ ପ୍ରକାଶିତ, ଆୟୁଷମାନ ଟପ୍ପର

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ସର୍ବଭାରତୀୟ ନ୍ୟାସନାଲ ମିନ୍ସ କମ ମେରିଟ ପରୀକ୍ଷା (NMMS )ଫଳ ପ୍ରକାଶ ପାଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲା ଶୀର୍ଷ ସ୍ଥାନରେ ରହିଛି। ଦ୍ବିତୀୟ ସ୍ଥାନରେ ବାଲେଶ୍ୱର , ସୁନ୍ଦରଗଡ ଓ ମୟୁରଭଞ୍ଜ ଏବଂ ତୃତୀୟରେ ଢେଙ୍କାନାଳ ରହିଛି। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ଚକେଇସିହାଣୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଆୟୁଷ୍ମାନ ମହାନ୍ତି , ଜିଲ୍ଲା ଟପ୍ପର ହେବା ସହ ଓଡିଶା ଟପ୍ପର ହେବାର ଗୌରବ ଅର୍ଜନ କରିଛନ୍ତି ।ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଲୋକଙ୍କ ସେବା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଆୟୁସ୍ମାନ। ନିଜର ପିତାମାତା ଶିକ୍ଷକ ଶିକ୍ଷୟତ୍ରୀ ଓ ଗୁରୁଜନଙ୍କ ଆଶୀର୍ବାଦ ଯୋଗୁଁ ଏହି ସଫଳତା ପାଇଛନ୍ତି ବୋଲି କହିଛନ୍ତି।ସେହିପରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଵିଜୟ କୁମାର ରାଉତରାୟ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ଆୟୁଷମାନ ଙ୍କ ସଫଳତା ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପ୍ରେରଣା ଦେବ ବୋଲି କହିଛନ୍ତି।

Spread the love