ନ୍ୟୁଜ ପେପର୍‌ରେ ସଂକ୍ରମଣ ଥିବା ଗୁଜବ

ହ୍ୱାଟ୍ସଆପ୍‌ରେ ବର୍ତ୍ତମାନ କେଉଁ କେଉଁ ଜିନିଷ ମାଧ୍ୟମରେ କରୋନା ସଂକ୍ରମିତ ହୋଇପାରେ ବୋଲି କିଛି ଖବର ଘୁରି ବୁଲୁଛି। କୁରିଅର ପ୍ୟାକେଜ୍‌, ଗ୍ରସୋରୀ, ଖାଦ୍ୟ ପ୍ୟାକେଟ୍‌ ଏବଂ ଖବରକାଗଜ କଥା ମଧ୍ୟ ଏଥିରେ ଉଠାଯାଇଛି। ତେବେ କିଛି ବିଶେଷଜ୍ଞ ଭିନ୍ନ ମତ ରଖିଛନ୍ତି। ଆମେରିକାର ସେଣ୍ଟର ଫର କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ୍‌ ପକ୍ଷରୁ କୁହାଯାଇଛି, କରୋନା ଭାଇରସ୍‌ ଜୀବନ୍ତ ପ୍ରାଣୀ ବ୍ୟତୀତ ଅନ୍ୟ କାହା ଉପରେ ବେଶି ସମୟ ବଞ୍ଚିପାରେନି। ଖବରକାଗଜ ଧରିବା ଦ୍ୱାରା ସଂକ୍ରମଣର ସମ୍ଭାବନା ନ୍ୟୁନ ବୋଲି ସେ କହିଛନ୍ତି।

ବର୍ତ୍ତମାନ ବଡ଼ ବଡ଼ ଖବରକାଗଜ ସ୍ୱୟଚାଳିତ ଭାବେ ଛପାଯାଉଥିବାରୁ ବେଶି ମନୁଷ୍ୟ ସଂସ୍ପର୍ଶରେ ଆସୁନାହିଁ। ନ୍ୟୁଜ୍‌ପ୍ରିଣ୍ଟଠାରୁ ଆରମ୍ଭ କରି ଫୋଲ୍ଡିଂ ଏବଂ ପରିବହନ ସବୁ କିଛିରେ ଟେକ୍ନୋଲୋଜିର ବ୍ୟବହାର ହେଲାଣି। ତେଣୁ ଖବରକାଗଜରୁ ଏଭଳି କିଛି ବିପଦ ନଥିବା ଗବେଷକମାନେ ମତ ରଖିଛନ୍ତି। ସୂଚନାଯୋଗ୍ୟ ଯେ, କିଛି ଖବରକାଗଜ ଏବେ ଛପାଇବା ବନ୍ଦ କରିବାକୁ ବିଚାର କରିବା ଆରମ୍ଭ କରିଛନ୍ତି।

Spread the love