କରୋନା ପାଇଁ ରମଜାନରେ ସମୂହ ନମାଜ ପାଠ ମନା

କରୋନା ସଂକ୍ରମଣ ଆଶଙ୍କାରେ ଚଳିତବର୍ଷ ରାଜଧାନୀ ଭୁବନେଶ୍ୱରରେ ରମଜାନ୍ ପାଳନ ଉପରେ କେତେକ କଟକଣା ଜାରି ହୋଇଛି। ଆଜି ରାଜଧାନୀ ଭୁବନେଶ୍ୱରର ୧୨ଟି ମସଜିଦ୍ ମୁଖ୍ୟଙ୍କ ସହ କମିଶନରେଟ ପୁଲିସର ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ନିଷ୍ପତ୍ତି ଅନୁସାରେ ରାଜଧାନୀର କୌଣସି ମସଜିଦରେ ସମୂହ ନମାଜ ପାଠ ହେବନି। ଇଫତାର ପାର୍ଟି ପାଳନ ଉପରେ ମଧ୍ୟ କଟକଣା ଜାରି ହୋଇଛି। ତେବେ ସାମାଜିକ ଦୂରତ୍ୱ ରକ୍ଷା କରି ଘରେ ଇଫତାର ଓ ନମାଜ ପାଠ କରିବାକୁ ମୁସଲିମ ସମୁଦାୟର ଧାର୍ମିକ ନେତାମାନେ ସମ୍ମତି ଜଣାଇଥିବା ସୂଚନା ମିଳିଛି।

Spread the love