ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଭା ପାଇଁ ମିଳିଲାନି ଅନୁମତି, ସାଙ୍ଗମା ସରକାର ଉପରେ ବର୍ଷିଲା ବିଜେପି

ସିଲଂ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଭା ପାଇଁ ମିଳିଲା ନାହିଁ ଅନୁମତି ଆଉ ଏହାପରେ ସାଙ୍ଗମା ସରକାର ଉପରେ ବର୍ଷିଲା ବିଜେପି | ମେଘାଳୟର ତୁରାଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲି ପାଇଁ ବିଜେପିକୁ ଅନୁମତି ମିଳିନାହିଁ। ସରକାର କହିଛନ୍ତି ଯେ, ଯେଉଁ ସ୍ଥାନରେ ବିଜେପି ରାଲି କରିବାକୁ ଅନୁମତି ମାଗୁଛି ସେହି ସ୍ଥାନରେ କାମ ଚାଲିଛି। ଅନ୍ୟପକ୍ଷରେ ବିଜେପି ଅଭିଯୋଗ କରିଛି ଯେ ସରକାର ବିଜେପିକୁ ଭୟ କରୁଛନ୍ତି, ତେଣୁ ତୁରାରେ ହେବାକୁ ଥିବା ରାଲିକୁ ଅନୁମତି ଦେଉନାହାଁନ୍ତି। ବିଜେପି କହିଛି ଯେ ମେଘାଳୟର ଲୋକମାନେ ଚାହୁଁଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେଘାଳୟକୁ ଆସନ୍ତୁ | ସୂଚନାଯୋଗ୍ୟ ଯେ ଆସନ୍ତା ୨୪ରେ ତୁରାରେ ପ୍ରଧାନମନ୍ତ୍ରୀଙ୍କ ରାଲି ପାଇଁ ବିଜେପି ପିଏ ସାଙ୍ଗମା ଷ୍ଟାଡିୟମ ପାଇଁ ଆବେଦନ କରିଥିଲା। ତେବେ ଏଥିପାଇଁ ଅନୁମତି ମିଳିନାହିଁ |

ଏହି ଘଟଣାକୁ ନେଇ ବିଜେପି ସାଧାରଣ ସମ୍ପାଦକ ରିତୁରାଜ ସିହ୍ନା କହିଛନ୍ତି ଯେ ପ୍ରକୃତରେ କରୋନାଡ ସାଙ୍ଗମା ସରକାର ବିଜେପିକୁ ଡରୁଛନ୍ତି। ପ୍ରଶାସନ ପକ୍ଷରୁ ବିଜେପିକୁ ପଠାଇଥିବା ଚିଠିକୁ ଦର୍ଶାଇ ସେ କହିଛନ୍ତି ଯେ ପିଏ ସାଙ୍ଗମା ଷ୍ଟାଡିୟମ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପ୍ରସ୍ତୁତ ନୁହେଁ ବୋଲି ବିଜେପିକୁ କୁହାଯାଇଛି। ବର୍ତ୍ତମାନ ଏଥିରେ କାର୍ଯ୍ୟ ଚାଲିଥିବାବେଳେ ପ୍ରକୃତ କଥା ହେଉଛି ଯେ ଡିସେମ୍ବର ୧୬, ୨୦୨୨ ରେ ମୁଖ୍ୟମନ୍ତ୍ରୀ କରୋନାଡ ସାଙ୍ଗମା ଏହି ଷ୍ଟାଡିୟମର ଉଦଘାଟନ କରିଥିଲେ। ସେ ପ୍ରଶ୍ନ କରିଛନ୍ତି ଯେ ଯଦି ଷ୍ଟାଡିୟମ ପ୍ରସ୍ତୁତ ନଥିଲା, ତେବେ ଏହାକୁ କିପରି ଉଦଘାଟନ କରାଯାଇଥିଲା। ରିତୁରାଜ କହିଛନ୍ତି ଯେ ବାସ୍ତବରେ ସରକାର ବିଜେପିକୁ ଭୟ କରୁଛନ୍ତି। ଏହାପୂର୍ବରୁ ଗୃହମନ୍ତ୍ରୀଙ୍କ ସମାବେଶରେ ହୋଇଥିବା ଭିଡ଼କୁ କୌଣସି ବିରୋଧୀ ଦଳ ପୂର୍ବାନୁମାନ କରି ନ ଥିଲେ। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ରାଲିକୁ ଅନୁମତି ଦିଆଯାଉ ନାହିଁ।

Spread the love