ରାସନ ପାଇଁ ୧୧ ଘଣ୍ଟା ଧାଡ଼ିରେ ଠିଆ ହୋଇଥିଲେ ମହିଳା : ଶେଷକୁ ମିଳିଲା ପୋଲିସ ପାହାର, ଦେଖନ୍ତୁ ଭିଡିଓ

ଲକ୍‌ଡାଉନ୍‌ ଯୋଗୁଁ ସାରା ବିଶ୍ୱରେ ହାହାକାର ପଡିଛି।  ବିଭିନ୍ନ ଦେଶରେ ଭୋକିଲା ଲୋକଙ୍କ କରୁଣ ଚିତ୍ର ଦେଖିବାକୁ ମିଳିଛି।  ଭାରତରେ ଲକ୍‌ଡାଉନ୍‌ ଯୋଗୁଁ  ଦୋକାନ ବଜାର ବନ୍ଦ ଥିବାରୁ ଖାଦ୍ୟ ପାଇଁ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପ୍ରବାସୀ ଶ୍ରମିକ।

ଏଣୁ ସମସ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ସରକାର ରାସନ କାର୍ଡକୁ ଦେଶର ସବୁସ୍ଥାନରେ ବ୍ୟବହାର କରି ଖାଦ୍ୟ ନେଇ ପାରିବେ ବୋଲି ଘୋଷଣା କରିଛନ୍ତି। ତେବେ ରାସନ ନେବା ବେଳେ ଦିଲ୍ଲୀର ଗୌତମବୁଦ୍ଧ ଜିଲ୍ଲାର ନୋଏଡାର ଏକ ଅଞ୍ଚଳରେ ଅଘଟଣ ଘଟିଛି।

ଏଠାରେ ରାସନ ନେବାକୁ ଧାଡ଼ିରେ ଠିଆ ହୋଇଥିବା ମହିଳାଙ୍କ ଉପରେ ପୋଲିସ ଲାଠି ଚାର୍ଜ କରିଥିବା ଜଣାଯାଇଛି। ଯାହାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି। ସୂଚନାଯୋଗ୍ୟ, ରାସନ ନେବାକୁ  ଭିଡ ଲାଗିବାରୁ ଲୋକେ ଅଗୁଆ ଧାଡିରେ ଛିଡା ହେଉଛନ୍ତି। 

Spread the love