ସରିଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା, କଂଗ୍ରେସ, ବିଜେପି ପ୍ରାର୍ଥୀମାନେ ଭରିଲେ ନାମାଙ୍କନ

ସରିଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା। ପ୍ରାର୍ଥିପତ୍ର ଦାଖଲର ଶେଷ ଦିବସରେ କଂଗ୍ରେସ, ବିଜେପି ଏବଂ ଆପ ଦଳର ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗତକାଲି ବିଜେଡି ପକ୍ଷରୁ ୧୨ଟି କାଉନସିଲର ପଦ ସହ ଅଧ୍ୟକ୍ଷ ପଦ ପାଇଁ ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଠାରେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏପ୍ରିଲ ୩ ତାରିଖରେ ହେବ ଏନଏସି ନିର୍ବାଚନ। ଅତାବିରାର ୧୨ଟି କାଉନସିଲକୁ ନେଇ ଗଠିତ ଏନଏସିରେ ମୋଟ ଭୋଟର ୧୩୫୨୦ ରହିଛନ୍ତି।

Spread the love