ଆଜି ଶେଷ ବାର ହୋଇଥିବାରୁ ଆମିଷ ବଜାରରେ ନିଆଁ: କଙ୍କଡ଼ା ୧୦୦୦, ମଟନ୍‌ ୮୦୦, ଚିଙ୍ଗୁଡ଼ି ୫୦୦ ଟଙ୍କା ଛୁଇଁଲା

ଭୁବନେଶ୍ବର: ଆଜି ଆମିଷ ବାଜାରରେ ଲାଗିଛି ନିଆଁ। ଆଜି ଆମିଷ ବାର ଥିବାରୁ ପ୍ରତ୍ୟେକ ଲୋକେ  ନିଜ ନିଜ ଘରକୁ ନେଉଛନ୍ତି ଆମିଷ। କାରଣ ଗୋଟାଏ ଦିନ ପରେ ପୁଣ୍ୟର ମାସ କାର୍ତ୍ତିକ। କାହାରି ଘରେ ଆଉ ପଶିବନି ଆମିଷ। ମାସ ସାରା ନିରାମିଷ ଖାଇବାକୁ ପଡିବ। ତେଣୁ ଆଜି ଶେଷ ଆମିଷ ବାରି ଥିବାରୁ ବଜାରରେ ଚଢ଼ା ଦରରେ ବିକ୍ରି ହେଉଛି ଆମିଷ। ଭାକୁର ମାଛ ଦର ୨୫୦ ଟଙ୍କା ଥିବା ବେଳେ, ରୋହି ୨୦୦ ଏବଂ ଚିଙ୍ଗୁଡ଼ି ଦର ୫୦୦ ଟଙ୍କା ରହିଛି। ସେହିପରି ଚୁନା ମାଛରେ ହାତ ମାରିହେଉନି। ଏଥିସହ କଙ୍କଡା ୧୦୦୦ ଟଙ୍କା ଥିବାବେଳେ ଚିକେନ୍ ୨୫୦ ଟଙ୍କା ରହିଛି। ମଟନ ଦର ୮୦୦ ଟଙ୍କା ଥିବା ବେଳେ ଦେଶୀ କୁକୁଡା ୫୦୦, ବ୍ରଏଲର ୨୫୦, ବନରାଜ କୁକୁଡ଼ା ୨୨୦, ଚିଙ୍ଗୁଡ଼ି ଦର ୪୦୦ରୁ ୬୦୦, ଲୁଣି ମାଛ ୧୫୦ରୁ ୨୫୦, ଇଲସି ଦର ୧୦୦୦ ଟଙ୍କା ରହିଛି।

Spread the love