ପୱନ କଲ୍ୟାଣଙ୍କ ଆଗାମୀ ଚଳଚ୍ଚିତ୍ରରେ ନଜର ଆସିବେ ନୋରା, ଆଇଟମ୍‌ ଗୀତ ପାଇଁ ନେଲେ ଏତିକି ଲକ୍ଷ ଟଙ୍କା

ବଲିଉଡ୍‌ ଇଣ୍ଟଷ୍ଟ୍ରୀର ହଟ୍‌ ଆଣ୍ଡ ଗ୍ଲାମରସ୍‌ ଏବଂ ବୋଲ୍ଡନେସ୍‌ ପାଇଁ ବେଶ୍‌ ଜଣା ଶୁଣା ନୋରା ଫତେହି । ନୋରା ତାଙ୍କ ଡ୍ୟାନ୍ସ ବଳରେ ଇଣ୍ଡଷ୍ଟ୍ରୀ ସମେତ ତାଙ୍କ ଫ୍ୟାନ୍ସ ଫୋଲର୍ସଙ୍କୁ ମଧ୍ୟ ଦିୱାନ କରିଥାନ୍ତି । ନୋରା ଚମତ୍କାର ଡ୍ୟାନ୍ସ ଯୋଗୁଁ ଏକ ବିଶାଳ ପ୍ରଶଂସକ ସମୂହ ସୃଷ୍ଟି କରିଛନ୍ତି । ସେ ନିଜ ଫ୍ୟାଶନ୍ ସେନ୍ସ ପାଇଁ ବେଶ୍‌ ଆଲୋଚନାରେ ଥାନ୍ତି। କିନ୍ତୁ ତାଙ୍କର ଏକ ବୋଲ୍ଡନେସ୍‌କୁ ନେଇ ଇଣ୍ଡଷ୍ଟ୍ରୀରେ ପ୍ରାୟ ସବୁବେଳେ ଚର୍ଚ୍ଚା ଲାଗି ରୁହେ ।କିନ୍ତୁ ଏବେ ନୋର ପୁଣି ଥରେ ଲାଇମ୍‌ ଲାଇଟ୍‌ ଏବଂ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ତାହା ପୁଣି  ତାଙ୍କ ବୋଲ୍ଡନେସ୍‌ ପାଇଁ ନୁହେଁ ବରଂ ତାଙ୍କ ଫିଲ୍ମକୁ ନେଇ ।

ନୋରା ଫତେହି ପାୱାରଷ୍ଟାର ପୱନ କଲ୍ୟାଣଙ୍କ ଆଗାମୀ ଚଳଚ୍ଚିତ୍ର ‘ହରି ହର ଭିରା ମଲ୍ଲୁ’ର ନଜର ଆସିବେ। ଖବର ଅନୁଯାୟୀ କାନାଡାର ଏହି ସୁନ୍ଦରୀ ଏକ ବିଶେଷ ଗୀତ ପାଇଁ ପ୍ରାୟ ୪୫ ଲକ୍ଷ ଟଙ୍କା ନେଇଛନ୍ତି । ଏହା ବ୍ୟତୀତ ନିର୍ଦ୍ଦେଶକ କୃଷ୍ଣ ତାଙ୍କୁ ଏକ ପ୍ରମୁଖ ଭୂମିକା ଦେଇଛନ୍ତି । ସେ ଏହି ସିନେମାରେ ଇଜିପ୍ଟର ରାଣୀ ଭାବରେ ନଜର ଆସିବେ । ନିର୍ମାତାମାନେ ଏକ ପାନ୍-ଇଣ୍ଡିଆନ୍ ରିଲିଜ୍ ପାଇଁ ଯୋଜନା କରୁଛନ୍ତି । ଯାହା ନୋରାଙ୍କ ଉପସ୍ଥିତି ନିଶ୍ଚିତ ଭାବରେ ବକ୍ସ ଅଫିସରେ ହିଟ୍‌ କରିବ । ନୋରା ତେଲୁଗୁ ଭାଷାରେ ଅନେକ ଆଇଟମ୍ ଗୀତ କରିଛନ୍ତି । ତେବେ ପୁଣିଥରେ  ନୋରା ‘ହରି ହର ଭିରା ମଲ୍ଲୁ’ରେ ଦର୍ଶକଙ୍କୁ କେତେ ମତୁଆଲା କରୁଛନ୍ତି ।

Spread the love