ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ବିଜେପିରେ ଶତାଧିକ ଯୁବକଙ୍କ ଯୋଗଦାନ

ଭୁବନେଶ୍ୱର,୧୩/୦୩: ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ଶତାଧିକ ଯୁବକ ଭାରତୀୟ ବିଜେପିରେ ଯୋଗଦାନ କରିଛନ୍ତି । ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ ସେମାନଙ୍କୁ ସ୍ୱାଗତ କରିଛନ୍ତି । ଦଳରେ ସାମିଲ ହୋଇଥିବା ଯୁବନେତା ଦେବବ୍ରତ ଦାଶଙ୍କ ନେତୃତ୍ୱରେ ଶ୍ରୀକୃଷ୍ଣ ମଣ୍ଡଳ ଅଂଚଳରୁ ରାକେଶ ସାହୁ, ଦେବାସିଷ୍ ପଟ୍ଟନାୟକ, ଶିବାସିଷ୍ ମିଶ୍ର, କୃଷ୍ଣଚନ୍ଦ୍ର ବିଶ୍ୱାଳ ପ୍ରମୁଖଙ୍କ ସମେତ ସାମିଲ ହୋଇଥିବା ସମସ୍ତ ଯୁବକମାନେ ଦେଶର ଦୃଢ ବିକାଶ ତଥା ରାଜ୍ୟରେ  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ ବିକାଶର ଧାରାକୁ ଆଗେଇ ନେବାକୁ ହେଲେ ରାଜ୍ୟ ତଥା ଦେଶରେ ଭାରତୀୟ ଜନତା ପାର୍ଟି ଏକମାତ୍ର ବିକଳ୍ପ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

ଦଳରେ ସାମିଲ ହୋଇଥିବା ଯୁବକମାନଙ୍କ ଦ୍ୱାରା ଦଳ ନିଶ୍ଚୟ ଶକ୍ତିଶାଳୀ ହେବ ବୋଲି ଶ୍ରୀ ଖୁଂଟିଆ ନିଜ ବକ୍ତବ୍ୟରେ ପ୍ରକାଶ କରିଥିବା ବେଳେ ଉକ୍ତ ମିଶ୍ରଣ ପର୍ବରେ ଶ୍ରୀକୃଷ୍ଣ ମଣ୍ଡଳ ସଂଯୋଜକ ଅଞ୍ଜନ ନାଥ, ଉପସଭାପତି ଉପେନ୍ଦ୍ର ଭଞ୍ଜ, ଜିଲ୍ଲା ସାଧାରଣ ସଂପାଦକ ଶୁଶାନ୍ତ କୁମାର ସାବତ, ସଂଗ୍ରାମ କେଶରି ନାୟକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିଶେକ ଆଚାର୍ଯ୍ୟ, ଉପସଭାପତି ଦିଲ୍ଲୀପ ବେହେରା ପ୍ରଭୁତି ଉପସ୍ଥିତ
ରହିଥିଲେ ।

Spread the love