ସୁରକ୍ଷିତ ନୁହେଁ ବାରବାଟୀ ଷ୍ଟାଡିୟମ ଗ୍ୟାଲେରୀ: ଓସିଏ ସାଧାରଣ ପରିଷଦ ବୈଠକରେ ଦିଆଗଲା ସୂଚନା

ସୁରକ୍ଷିତ ନୁହେଁ ବାରବାଟୀ ଷ୍ଟାଡିୟମ ଗ୍ୟାଲେରୀ । ବାରବାଟୀର ୪, ୫, ୬ ଓ ୭ ନମ୍ବର ଗ୍ୟାଲେରୀ ସୁରକ୍ଷିତ ନଥିବା ଜଣାପଡ଼ିଛି । ଓଡ଼ିଶା କ୍ରିକେଟ୍ ଆସୋସିଏସନର ସାଧାରଣ ପରିଷଦ ବୈଠକରେ ଏ ନେଇ ସୂଚନା ନିଆଯାଇଛି । ଏସବୁ ଗ୍ୟାଲେରୀ ଗୁଡ଼ିକର ମରାମତି ଆବଶ୍ୟକ ଥିବା ବୈଠକରେ କୁହାଯାଇଛି । ବୈଠକରେ ଓସିଏ ସଭାପତି ବବି ଦାସ, ସମ୍ପାଦକ ସଂଜୟ ବେହେରାଙ୍କ ସମେତ ଅନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ । ଗତବର୍ଷ ଜୁନ୍ ମାସରେ ବାରବାଟୀରେ ଶେଷଥର ପାଇଁ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳାଯାଇଥିଲା । ଏହାରି ଭିତରେ ଭାରତର ଅନେକ ଭେନ୍ୟୁରେ ମ୍ୟାଚ୍ ଆୟୋଜନ କରାଯାଇଥିବା ବେଳେ ବାରବାଟୀକୁ କିନ୍ତୁ ମ୍ୟାଚ୍ ମିଳିନାହିଁ । ତେବେ ଆଗାମୀ ଦିନରେ ବାରବାଟୀକୁ ଟେଷ୍ଟ ମ୍ୟାଚ୍ ଫେରିବ ବୋଲି ସୂଚନା ମିଳିଛି । ପୂର୍ବରୁ ମଧ୍ୟ ବାରବାଟୀ ଗ୍ୟାଲେରୀ ସୁରକ୍ଷିତ ନଥିବା କଥା ସାମ୍ନାକୁ ଆସିଥିଲା । ଏପରିକି କିଛି ମ୍ୟାଚରେ ସେହି ଅସୁରକ୍ଷିତ ଗ୍ୟାଲେରୀକୁ ଦର୍ଶକଙ୍କ ପାଇଁ ବନ୍ଦ କରିଦିଆଯାଇଥିଲା । କିନ୍ତୁ ଏବେ ଆଉ କିଛି ଗ୍ୟାଲେରୀର ଅବସ୍ଥା ସୁରକ୍ଷିତ ନଥିବାରୁ ଆଗକୁ ମ୍ୟାଚ୍ ଆୟୋଜନ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି ।

Spread the love