ଘୁଞ୍ଚିଲା +୨ ପରୀକ୍ଷା

ଭୁବନେଶ୍ୱର, ୨୦/୦୫: ଘୁଞ୍ଚିଲା ଯୁକ୍ତ ଦୁଇ ପରୀକ୍ଷା । ବ୍ରଜରାଜନଗର ଉପନିର୍ବାଚନ ପାଇଁ ଦ୍ୱାଦଶ (+୨) ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ମେ‘ ୩୧ ତାରିଖରେ ହେବାକୁ ଥିବା ପରୀକ୍ଷା ଜୁନ୍ ୪ରେ ହେବା ନେଇ ବିଭାଗ କହିଛି । କଳା ବିଭାଗର ଗଣିତ ଓ ଗୃହବିଜ୍ଞାନ, ବିଜ୍ଞାନର ଗଣିତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ପରୀକ୍ଷା ଘୁଞ୍ଚିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ ଜାରି କରାଯାଇଛି ।

Spread the love