୨୦୨୧ ନେବେଲ ଶାନ୍ତି ପୁରସ୍କାର : ପଢ଼ନ୍ତୁ କେଉଁ ଦେଶରୁ କିଏ ପାଇବେ

ନୂଆଦିଲ୍ଲୀ: ଚଳିତବର୍ଷର ନୋବେଲ ଶାନ୍ତି ପୁରସ୍କାର ଦୌଡରେ ୨୩୪ ଜଣ ବ୍ୟକ୍ତିବିଶେଷ ଓ ୯୫ଟି ସଂଗଠନ ସାମିଲ ହୋଇଛନ୍ତି ବୋଲି ନରୱେସ୍ଥିତ ନୋବେଲ ଶାନ୍ତି କମିଟି ପକ୍ଷରୁ କୁହାଯାଇଛି। ଏହି ପୁରସ୍କାର ପାଇଁ ଆବେଦନ କରିବାର ଶେଷ ତାରିଖ ଫେବୃଆରୀ ୧ ଧାର୍ଯ୍ୟ ହୋଇଥିଲା। ନୋବେଲ ଇତିହାସରେ ଆବେଦନକାରୀଙ୍କ ଏହି ସଂଖ୍ୟା ତୃତୀୟ ସର୍ବାଧିକ ବୋଲି କମିଟି ପକ୍ଷରୁ କୁହାଯାଇଛି। ୨୦୧୬ରେ ନୋବେଲ ଶାନ୍ତି ପୁରସ୍କାର ପାଇଁ ସର୍ବାଧିକ ୩୭୬ଟି ଆବେଦନ ପତ୍ର ମିଳିଥିଲା।

ସୂଚନାଯୋଗ୍ୟ ନୋବେଲ ଶାନ୍ତି ପୁରସ୍କାର ପାଇଁ ବିଭିନ୍ନ ରାଷ୍ଟ୍ରମୁଖ୍ୟ, ବିଶ୍ୱବିଦ୍ୟାଳୟ ପ୍ରଫେସର, ଫରେନ ପଲିସୀ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଓ ପୂର୍ବତନ ନୋବେଲ ପୁରସ୍କାର ବିଜେତାମାନେ ଆଶାୟୀଙ୍କ ନାମ ସୁପାରିସ କରିବାର ବ୍ୟବସ୍ଥା ରହିଛି। ଚଳିତବର୍ଷର ନୋବେଲ ଶାନ୍ତି ପୁରସ୍କାର ପାଇଁ ଆଶାୟୀ ଥିବା ପ୍ରାର୍ଥୀଙ୍କ ମଧ୍ୟରେ ବେଲାରୁଷର ଦେଶାନ୍ତର ହୋଇଥିବା ବିରୋଧୀ ନେତ୍ରୀ ଶ୍ୱେତଲାନା ସିଖାନୌସକାୟା, ବେଲାରୁଷର ଦୁଇ ଗଣତନ୍ତ୍ର କର୍ମୀ ଭେରୋନିକା ସେପ୍କାଲୋ ଓ ମାରିଆ କୋଲେସନିକୋଭା, ରୁଷର ବିରୋଧୀ ଦଳ ନେତା ଆଲେକ୍ସି ନାଭାଲନି, ହ୍ୱାଇଟ ହାଉସର ପୂର୍ବତନ ପରାମର୍ଶଦାତା ଜାରେଡ୍ କୁଶନର, ତାଙ୍କର ଡେପୁଟୀ ଆଭି ବର୍କୋୱିଜ୍ ପ୍ରମୁଖ ସାମିଲ ଅଛନ୍ତି। ଅପରପକ୍ଷରେ ଦୌଡରେ ସାମିଲ ଥିବା ସଂଗଠନ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ନାଟୋ (ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ), ରିପୋଟର୍ସ ୱିଦାଉଟ୍ ବର୍ଡର ଇତ୍ୟାଦି ତାଲିକାଭୁକ୍ତ ଅଛନ୍ତି। ୨୦୨୦ରେ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ନୋବେଲ ପୁରସ୍କାରର ପ୍ରତିଷ୍ଠାତା ସାର ଅ।।ଲଫ୍ରେଡ ନୋବେଲଙ୍କ ଶ୍ରାଦ୍ଧବାର୍ଷିକୀ ଦିବସ ଡିସେମ୍ବର ୧୦ରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥାଏ।

Spread the love