ନଭେମ୍ବର ୧୫ରୁ ୨୨ ତାରିଖ ଯାଏ କଟକ ବାଲିଯାତ୍ରା

କଟକ : ନଭେମ୍ବର ୧୫ରୁ ୨୨ ତାରିଖ ଯାଏ ଅନୁଷ୍ଠିତ ହେବ କଟକ ବାଲିଯାତ୍ରା ।  ବାଣିଜ୍ୟର ମହାକୁମ୍ଭ ବାଲିଯାତ୍ରା ଆୟୋଜନ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି କଟକ ଜିଲ୍ଲା ପ୍ରଶାସନ ।  ବ୍ୟବସାୟୀଙ୍କ ପାଇଁ ପ୍ଲଟ ପଞ୍ଜିକରଣ ଆରମ୍ଭ ହୋଇଛି ।  ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ୧୦ ଟି ଟିମ ଗଠନ କରାଯାଇଛି ।  ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ବାରବାଟୀ ପ୍ୟାଲେସ ଠାରେ ନଅଟି ଟିମ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୋଟିଏ ଟିମ ପଞ୍ଜିକରଣ କାମରେ ଲାଗିଛନ୍ତି ।  ଅକ୍ଟୋବର ୧୫ରୁ ପଞ୍ଜିକରଣ ଆରମ୍ଭ ହୋଇଛି।

୨୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ ।  ଉଭୟ ଅନଲାଇନ୍ ଓ ଅଫ ଲାଇନ୍ ମୋଡରେ ପଞ୍ଜିକରଣ ପାଇଁ ବ୍ୟବସ୍ଥା ରହିଛି ।  ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ପ୍ଲଟ ନିଲାମ ପ୍ରକ୍ରିୟା ।  ଏଥର ବାଲିଯାତ୍ରାରେ ମୋଟ ୧୪୦୦ ରୁ ଉର୍ଦ୍ଧ୍ବ ପ୍ଲଟ ଆବଣ୍ଟନ ହେବ ।  ପ୍ରଥମ କରି ଅନ୍ ଲାଇନ୍ ମୋଡ଼ରେ ପେମେଣ୍ଟ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ।  ଏଥର ଭାରତୀୟ ନୌସେନାର ଆଇଏନଏସ ଚିଲିକା ବାଲିଯାତ୍ରା ସହ ଯୋଡ଼ି ହେବାକୁ ଯାଉଛି । ବାଲିଯାତ୍ରାରେ ଏଥର ପୁସ୍ତକ ମେଳା ବି ଅନୁଷ୍ଠିତ ହେବ। ଉଭୟ ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତି ମଞ୍ଚରେ ସଙ୍ଗୀତ ପରିବେଷଣ କରିବେ ବଲିଉଡର ନାମୀଦାମୀ ଗାୟକ।

 

Spread the love