ନଭେମ୍ବରରେ ହେବ ୩ ଗ୍ରହର ଅଦ୍ଭୁତ ସଂଯୋଗ

ନୂଆଦିଲ୍ଲୀ ୨୯/୧୦ : ଆଉ ଦୁଇଟା ଦିନ ପରେ ନଭେମ୍ବର ମାସ ଆରମ୍ଭ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ମାସକୁ ବହୁତ ଖାସ୍ ବୋଲି ବିବେଚନା କରାଯିବ । ନଭେମ୍ୱର ମାସରେ ହେବାକୁ ଥିବା ଜ୍ୟୋଷିଷ ସଂଯୋଗ ବିଷୟରେ ଆସନ୍ତୁ ଜାଣିବା ।
ନଭେମ୍ୱର ମାସରେ ୩ ଗ୍ରହମାନଙ୍କର ରାଶି ପରିବର୍ତ୍ତନ:
ନଭେମ୍ୱର ମାସରେ ବୁଧ ଗ୍ରହ ଦୁଇଥର ରାସି ପରିବର୍ତ୍ତନ କରିବ । ମାସ ଆରମ୍ଭରୁ ବୁଧ କନ୍ୟାରୁ ତୁଳା ରାଶିରେ ପ୍ରବେଶ କରିବେ । ଏହା ପରେ ୨୧ ତାରିଖରେ ବିଛା ରାଶିରେ ପ୍ରବେଶ କରିବ । ବୁଧ ପ୍ରବେଶରେ ବେପାରୀ ଏବଂ ବିଦ୍ୟାର୍ଥୀଙ୍କ ଜୀବନରେ ପରିବର୍ତ୍ତନ ହୋଇପାରେ । କାରଣ ଗ୍ରହ ବୃଦ୍ଧି ବ୍ୟବସାୟର ବାହକ ଅଟେ । ଏଇ ମାସ ନଭେମ୍ୱରରେ ସୂର୍ଯ୍ୟ ମଧ୍ୟ ରାଶି ପରିବର୍ତ୍ତନ କରିବ । ତୁଳାରୁ ବିଛା ରାଶିରେ ପ୍ରବେଶ କରିବ ।

ନିଜ ଠାରୁ ତଳ ରାଶି ତୁଳାର ମିତ୍ର ରାଶି ବିଛାରେ ସୂର୍ଯ୍ୟ ପ୍ରବେଶରେ ରାଜନୀତି ଏବଂ ସରକାରୀ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପ୍ରତି ବେଶ ଲାଭଦାୟକ ହେବ । ଏହାସହ ଏହି ମାସରେ ଗୁରୁ ଗ୍ରହ ରାଶି ପରିବର୍ତ୍ତନ କରିବ । ଗୁରୁ ଏହି ମାସରେ ୨୦ ତାରିଖରେ କୁମ୍ଭ ରାଶିରେ ପ୍ରବେଶ କରିବେ । ଏଥିପାଇଁ କିଛି ଲୋକଙ୍କ ପାରିବାରିକ ଏବଂ କ୍ୟାରିୟରରେ ଅନୁକୂଳ ଫଳପ୍ରାପ୍ତି ହେବ ।
ନଭେମ୍ୱରରେ ୩ ଗ୍ରହ ଦୁଇ ଅଲଗା ଅଲଗା ରାଶିରେ ପକାଇବେ ପ୍ରଭାବ:
ମାସ ଆରମ୍ଭରୁ ବୁଧ ଗ୍ରହର ଗୋଚର ତୁଳା ରାଶିରେ ରହିବ । ଯେଉଁଠି ମଙ୍ଗଳ ଏବଂ ସୂର୍ଯ୍ୟ ଆରମ୍ଭରୁ ହିଁ ବିରାଜମାନ ରହିବେ । ବୁଧ ପ୍ରବେଶରେ ତୁଳା ରାଶି ୩ ଗ୍ରହ ଉପରେ ପ୍ରଭାବ ପକାଇବ । ଖାସ କରି ଏହି ପ୍ରଭାବରେ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ରହିଛି । ବିଶେଷ କରି ଯେଉଁମାନେ ସରକାରୀ କାମ ସହ ଜଡିତ ବ୍ୟବସାୟ କରୁଥିବେ ସେହିମାନଙ୍କର ଲାଭ ହେବ ।

ଏହା ୧୬ ନଭେମ୍ବର ପର୍ଯ୍ୟନ୍ତ ରହିବ , ଯେ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ ହୋଇ ନାହିଁ । ୧୬ ନଭେମ୍ବରକୁ ସୂର୍ଯ୍ୟ ବିଛା ରାଶିରେ ପ୍ରବେଶ କରିବେ ଏବଂ ବୁଧ ମଧ୍ୟ ଏହି ରାଶିରେ ପ୍ରବେଶ କରିବେ । ପୁଣି ୨୧ ନଭେମ୍ବରକୁ ତିନି ଗ୍ରହର ପ୍ରଭାବ ବିଛା ରାଶିରେ ପଡିବ । ସୂର୍ଯ୍ୟ , ବୁଧ,କେତୁଙ୍କ ପ୍ରଭାବ ଫଳ ପ୍ରଦାନ କରିବ । ଏହାର ପ୍ରଭାବରେ ସୂର୍ଯ୍ୟ ଗ୍ରହଣ ହେବ । ଯେଉଁଥି ପାଇଁ ସରକାରୀ କ୍ଷେତ୍ରରେ କାମ କରିଥିବା ବ୍ୟକ୍ତିଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।
ନଭେମ୍ୱର ମାସରରେ ରହିଛି ତିନୋଟି ଏକାଦଶୀ:
ନଭେମ୍ବର ମାସରେ ତିନୋଟି ଏକାଦଶୀ ତୀଥି ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଏକାଦଶୀର ଗୁରୁତ୍ୱ ରହିଛି । ଏହି ଏକାଦଶୀ ତିଥିରେ ଭଗବାନ ବିଷ୍ଣୁଙ୍କୁ ପୂଜାପାଠ କରିବା ଦ୍ବାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ । ବହୁତ କ୍ୱଚିତ୍ ଏହା ଘଟେ ଯେ ଗୋଟିଏ ମାସରେ ତିନୋଟି ଏକାଦଶୀ ତାରିଖ ପଡିଥାଏ ।

ଏହି ମାସରେ ୧, ୧୫ ଏବଂ ୩୦ ତାରିଖରେ ଏକାଦଶୀ ତିଥୀ ପଡ଼ୁଛି । ଧାର୍ମିକ ରୂପରେ ଗୋଟିଏ ମାସରେ ତିନୋଟି ଏକାଦଶୀ ତିଥୀ ପଡିବା ଖୁବ୍ କମ୍ । ଯାହାକି ବହୁତ ଶୁଭଫଳ ବୋଲି ବିବେଚନା କରାଯାଉଛି । ଏହି ମାସରେ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତି ପାଇଁ ଉପବାସ କରାଯିବାର ପରମ୍ପରା ବି ରହିଛି ।

Spread the love