ଏଣିକି ‘Smart’ ଚଷମା ମାଧ୍ୟମରେ ଉଠାଇପାରିବେ କଲ୍

ଆଧୁନିକ ଏବଂ ବୈଷୟିକ ଯୁଗରେ ଆମେ ଅନେକ ପ୍ରକାରର ଜିନିଷ ଦେଖିବାକୁ ପାଉଛେ। ପୂର୍ବରୁ ଯେଉଁଠାରେ କୌଣସି କାମ କରିବାକୁ ଅନେକ ଦିନ ଲାଗୁଥିଲା, କିନ୍ତୁ ଆଜି ମେସିନ୍ ସାହାଯ୍ୟରେ ସେହି କାମ କିଛି ସମୟ ମଧ୍ୟରେ ହୋଇଯାଉଛି। ଯେ କୌଣସି କାର୍ଯ୍ୟ କରିବା ପାଇଁ ବର୍ତ୍ତମାନ ସମୟରେ ଅନେକ ଯାନ୍ତ୍ରିକ ଜିନିଷ ବ୍ୟବହାର କରାଯାଉଛି ଯଦି ଆମେ ସ୍ମାର୍ଟଫୋନ୍ ବିଷୟରେ କଥା ହେବା, ତେବେ ଏହାର ଗୁରୁତ୍ୱ ବହୁତ ବୃଦ୍ଧି ପାଇଛି । ଏହା ବିନା ଆଜି ଆମେ କିଛି କାମ କରିପାରୁନାହୁଁ ।

ଏଭଳି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ଏପରି ଚଷମା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ସ୍ମାର୍ଟଫୋନ୍ ପରି କାମ କରିବ । ଏହା ଶୁଣି ଆପଣ ଚକିତ ହୋଇଯାଉଥିବେ , କିନ୍ତୁ ଏହା ସତ। ତେବେ ଜାଣିରଖନ୍ତୁ କି ମାର୍କେଟରେ ଅତ୍ୟାଧୁନିକ ‘ସ୍ମାର୍ଟ ଗ୍ଲାସ୍’ ଆସିଛି । ଏହା କମ୍ ଟଙ୍କାରେ ଉପଲବ୍ଧ ହେବା ସହ କମାଲର ଫିଚର୍ସ ରହିଛି । ଇଲେକ୍ଟ୍ରୋନିକ୍ସ ନିର୍ମାତା କମ୍ପାନୀ Noise ଏକ ନୂଆ ସ୍ମାର୍ଟ ଗ୍ଲାସ୍ ଲଞ୍ଚ କରିଛି, ଯେଉଁଥିରେ ଅନେକ ଆକର୍ଷଣୀୟ ଫିଚର୍ସ ରହିଛି । ମୋସନ୍ ଏଷ୍ଟିମେସନ୍, ମୋସନ୍ କମ୍ପେନସେସନ୍ ଏବଂ ମ୍ୟାଗ୍ନେଟିକ୍ ଚାର୍ଜିଂ ଭଳି ଅନେକ ଆକର୍ଷଣୀୟ ଫିଚର୍ସ ଦିଆଯାଇଛି ।

ଆଧୁନିକ ଯୁଗରେ ଦିନକୁ ଦିନ ଅନେକ ପପ୍ରକାର ନୂଆ ନୂଆ ଜିନିଷ । ଆଉ ଏହା ହେଉଛି Noiseର ପ୍ରଥମ ସ୍ମାର୍ଟ ଆଇୱିୟର ଓ ଏହା ଏକ ଲିମିଟେଡ ଏଡିସନ୍ ଡିଭାଇସ୍ । ଏହାର ମୂଲ୍ୟ ୫,୯୯୯ ଟଙ୍କା ଏବଂ ଆପଣ ଏହାକୁ Noiseର ଅଫିସିଆଲ୍ ୱେବସାଇଟରୁ କିଣି ପାରିବେ ।

ଆସନ୍ତୁ ଆପଣଙ୍କୁ କହିବା ଯେ ଏଥିରେ ଅନେକ ପ୍ରକାରର ଫିଚର୍ସ ଦିଆଯାଇଛି । ଏଥିରେ ମୋସନ୍ ଏଷ୍ଟିମେସନ୍, ମୋସନ୍ କମ୍ପେନସେସନ୍ ଏବଂ ମ୍ୟାଗ୍ନେଟିକ୍ ଚାର୍ଜିଂ ଭଳି ଅନେକ ଆକର୍ଷଣୀୟ ଫିଚର୍ସ ଦିଆଯାଇଛି । ଏହା ସହିତ ଆପଣ ମ୍ୟୁଜିକ ମଧ୍ୟ ଶୁଣିପାରିବେ। ଏଥିରେ ବ୍ଲୁଟୁଥ୍ ମଧ୍ୟ ରହିଛି । ଥରେ ଏହା ଚାର୍ଜ ହୋଇଗଲେ ଏହାକୁ ୯ ଘଣ୍ଟା ପାଇଁ ବ୍ୟବହାର କରାଯାଇପାରିବ । ଯଦି ଆପଣ ଏହାକୁ ଏକ ଫାଷ୍ଟ ଚାର୍ଜର ସହିତ ଚାର୍ଜ କରନ୍ତି, ତେବେ ୧୫ ମିନିଟ୍ ଚାର୍ଜ ପରେ, ଆପଣ ଏହାକୁ ୧୨୦ ମିନିଟ୍ ପାଇଁ ବ୍ୟବହାର କରିପାରିବେ ।

Spread the love