କେନ୍ଦ୍ର କ୍ୟାବିନେଟ ବୈଠକରେ ଏନପିଆର

CCA ଓ NRC କୁ ନେଇ ଦେଶବ୍ୟାପୀ ବିଦ୍ରୋହ ଓ ଜାପୋଡା ଚାଲିଥିବା ବେଳେ କେନ୍ଦ୍ର ସରକାର ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର ଅର୍ଥାତ୍ ନ୍ୟାସନାଲ ପପୁଲେଶନ ରେଜିଷ୍ଟର ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି। ଏଥିପାଇଁ ଆଜି କେନ୍ଦ୍ର କ୍ୟାବିନେଟରେ ବୈଠକ ହେଉଛି।

ତେବେ ଆସନ୍ତୁ ଜାଣିବା ଏହି ଏନପିଆର କଣ ?

ନ୍ୟାସନାଲ ପପୁଲେଶନ ରେଜିଷ୍ଟର ଆଧାରରେ ଅପ୍ରେଲ 1, 2020ରୁ ସେପ୍ଟେମ୍ଵର 30, 2020 ପର୍ଯ୍ୟନ୍ତ  ନାଗରିକଙ୍କର ଏକ ଡାଟା ବେସ୍ ପ୍ରସ୍ତୁତ କରିବାକୁ ପଡିବ। ଏଥିପାଇଁ ଘର ଘର ବୁଲି ଜନଗଣନା କରିବାକୁ ପଡିବ। ଦେଶର ସାମାନ୍ୟ ନିବାସୀଙ୍କ ବ୍ୟାପକ ପରିଚୟ ଡାଟାବେସ୍ କରିବା ଏନପିଆର ମୁଖ୍ୟ ଲକ୍ଷ୍ୟ। ଏହି ଡାଟାରେ ଲୋକମାନଙ୍କର ବାୟୋମେଟ୍ରିକ୍ ତଥ୍ୟ ମଧ୍ୟ ରହିଵ। ଏଥିରେ ବ୍ୟକ୍ତିର ନାମ, ଠିକଣା, ଶିକ୍ଷା, ପେଶା ଭଳି ସୂଚନା ରହିବ।  ଏହା ନାଗରିକତାର ପ୍ରମାଣ ପତ୍ର ହେବ ନାହିଁ।

ଏନଆରସି ଓ ଏନପିଆର ମଧ୍ୟରେ ଫରକ କଣ ?

ଏନପିଆର ଏବଂ ଏନଆରସି ମଧ୍ୟରେ ପ୍ରଭେଦ ରହିଛି। ଏନଆରସିରେ ଅବୈଧ ନାଗରିକଙ୍କୁ ଚିହ୍ନଟ କରିବା ମୁଖ୍ୟ ଉଦ୍ଦେଶ୍ୟ। ୬ ମାସ କିମ୍ଵା ତାଠାରୁ ଅଧିକ ସମୟ ରହିଥିବା ନିବାସୀଙ୍କୁ ଏନଆରପିରେ ପଞ୍ଜୀକରଣ କରିବାକୁ ପଡିବ। ଏନପିଆର ଜରିଆରେ ଲୋକମାନଙ୍କ ବାୟୋମେଟ୍ରିକ ଡାଟା ପ୍ରସ୍ତୁତ କରି ସରକାରୀ ଯୋଜନା ଗୁଡିକୁ ଅସଲି ଲାଭାର୍ଥୀଙ୍କ ନିକଟରେ ପହଁଚାଯାଇ ପାରିବ।

 

Spread the love