ନୂଆଁଖାଇର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ପଶ୍ଚିମ ଓଡିଶାର କୃଷିଭିତିକ ଗଣପର୍ବ ନୂଆଁଖାଇ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ନୂଆଁଖାଇ ହେଉଛି ଚାଷ ଆଧାରିତ ଏକ ଧାର୍ମିକ , ଆଧ୍ୟାତ୍ମିକ , ସାଂସ୍କୃତିକ , ସାମାଜିକ ମହାନ ଲୋକପର୍ବ । ନୂଆ ଧାନକୁ ପୂଜା କରିସାରି ପରିବାର ସହ ମିଶି କରି ଖାଇବାର ମହାନ ପରମ୍ପରାର ପ୍ରତୀକ ହେଉଛି ନୂଆଁଖାଇ । ପରିବାର ଓ ସମାଜର ସମସ୍ତଙ୍କୁ ଜୁହାର କରିବାର ଅବସର ହେଉଛି ନୂଆଁଖାଇ ।

ଆଜି ପରିବାର ଓ ସମାଜ ସହ ମିଳିମିଶି ରହିବାର ଧାରା ଦୁର୍ବଳ ହେବାରେ ଲାଗିଛି ସେଥିଲାଗି  ନୂଆଁଖାଇ ପର୍ବର ଆବଶ୍ୟକତା ବଢି ଯାଇଛି । ନୂଆଁଖାଇ ପରିବାର ଓ ସମାଜ ଭିତରେ ମିଳିମିଶି ରହିବା ଓ ଶାନ୍ତି , ସହଯୋଗ ଏବଂ ଭାଇଚାରାକୁ ମଜବୁତ୍ କରିବାର ସନ୍ଦେଶ ଦେଉଛି । ଚାଷର ଉନ୍ନତି , ମା’ ମାଟିର ସୁରକ୍ଷା , ଘର ଦ୍ୱାରକୁ ସଫା ସୁତରା ରଖିବା ଓ ପରିବାରର ସମସ୍ତଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦିଆଯାଉଥିବାରୁ ନୂଆଁଖାଇ ପର୍ବ ସ୍ୱତନ୍ତ୍ର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଆଜି ନୂଆଁଖାଇ ଅବସରରେ ସମସ୍ତେ ମିଳିମିଶି ନୂଆଁଖାଇର ସନ୍ଦେଶକୁ ବ୍ୟାପକ କରିବାକୁ ଶ୍ରୀ ପ୍ରଧାନ କହିଛନ୍ତି । ସେ ଆହୁରି କହିଛନ୍ତି ଏବର୍ଷ ବନ୍ୟା ଆସିବାରୁ ବହୁ ଲୋକଙ୍କୁ ଦୁର୍ଦ୍ଦଶା ଦେଇଛି । ସମସ୍ତେ ସହଯୋଗର ହାତ ବଢାଇ ବନ୍ୟାର ଦୁର୍ଦ୍ଦଶାକୁ କମ୍ କରିବାକୁ ଶ୍ରୀ ପ୍ରଧାନ ଓଡିଶାବାସୀଙ୍କ ଆହ୍ୱାନ ଜଣାଇଛନ୍ତି ।

Spread the love