ହିନ୍ଦୀ ଭାଷା ଅପେକ୍ଷା ଅନ୍ୟ ଭାଷାରେ କଥା କହୁଥିବା ଲୋକଙ୍କ ସଂଖ୍ୟା ଅଧିକ, ମୋଦୀଙ୍କୁ ଚିଠି ଲେଖିଲେ ଷ୍ଟାଲିନ

ଚେନ୍ନାଇ: ଆଞ୍ଚଳିକ ଭାଷା ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ତାମିଲନାଡୁର ମୁଖ୍ୟ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଚିଠି। ହିନ୍ଦୀ ଭାଷାକୁ କାହିଁକି ଅନ୍ୟ ଆଞ୍ଚଳିକ ଭାଷା ଭାଷି ରାଜ୍ୟ ଉପରେ ଥୋପା ଯାଉଛି ସେ ନେଇ ଚିଠିରେ ଅଭିଯୋଗ କରିଛନ୍ତି ଏମକେ ଷ୍ଟାଲିନ। ସେ କହିଛନ୍ତି, ସମାଜ ପାଇଁ ଏମିତି ପ୍ରୟାସ ବିଭାଜନକାରୀ। ଏମିତି ଉଦ୍ୟମ ଅଣ ହିନ୍ଦୀ ଭାଷାଭାଷି ଲୋକଙ୍କ ପ୍ରତି କ୍ଷତିକାରକ। କେବଳ ତାମିଲନାଡୁ ନୁହେଂ ବରଂ ମାତୃଭାଷାକୁ ସମ୍ମାନ ଦେଉଥିବା କୌଣସି ରାଜ୍ୟ ପାଇଁ ଏହା ସ୍ଵୀକାର୍ଯ୍ୟ ନୁହେଁ। ଏମକେ ଷ୍ଟାଲିନ କହିଛନ୍ତି, ମୁଁ ଅପିଲ୍ କରୁଛି ହିନ୍ଦୀ ଭାଷାକୁ ଅନ୍ୟ ରାଜ୍ୟ ଉପରେ ଥୋପା ନଯାଉ। ଭାରତର ଗୌରବଶାଳୀ ଏକତାକୁ ଉର୍ଦ୍ଧ୍ଵରେ ରଖନ୍ତୁ। ହିନ୍ଦୀ ଭାଷା ବ୍ୟତୀତ ଅନ୍ୟ ଭାଷାରେ କଥା କହୁଥିବା ଲୋକଙ୍କ ସଂଖ୍ୟା ଦେଶରେ ଅଧିକ ରହିଛି। ପ୍ରତିଟି ଭାଷାରେ ନିଜର ବିଶିଷ୍ଟତା ଏବଂ ଭାଷାର ସଂସ୍କୃତି ବେଶ  ମହତ୍ଵ ରଖୁଛି। ଏହା ଜାଣି ଆପଣ ବହୁତ ଗର୍ବ ଅନୁଭବ କରିବେ।

ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି, ବୈଜ୍ଞାନିକ ବିକାଶ ଏବଂ ପ୍ରଯୁକ୍ତିବିଦ୍ୟା ସୁବିଧାକୁ ଦୃଷ୍ଟିରେ ରଖି ସମସ୍ତ ଭାଷାକୁ  ପ୍ରୋତ୍ସାହନ ଦେବା ଉଚିତ୍। ସମସ୍ତ ଭାଷାରେ କହୁଥିବା ଲୋକଙ୍କୁ ଶିକ୍ଷା ଏବଂ ରୋଜଗାର ମାମଲାରେ ବରାବର ସୁଯୋଗ ଦେବା ଉଚିତ୍। ସମ୍ବିଧାନର ଅଷ୍ଟମ ସୂଚୀରେ ତାମିଲ ସହିତ ଅନ୍ୟ ଭାଷାକୁ ସାମିଲ୍ କରାଯାଉ। ସରକାରଙ୍କ ଏହି ଦିଗରେ ସମାନ ଦୃଷ୍ଟିକୋଣ ରହିବା ଉଚିତ୍ ବୋଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ କହିଛନ୍ତି।

Spread the love